Breaking News

ନିୟତି ଫାଉଣ୍ଡେସନ ଓ ଶକ୍ତି ଏଜେନସୀ ର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଓଡିଶା ମିଟର ରିଡର ଆସୋସିଏସନ ନର୍ଲା ଶାଖା ପକ୍ଷରୁ ଦାବି ପତ୍ର ପ୍ରଦାନ ଓ ଧାରଣା

ଅଲ ଓଡିଶା ମିଟର ରିଡରସ ଆସୋସିଏସନ ନର୍ଲା ଶାଖା ରୁ ୧୧ ଗୋଟି ଦାବୀ ପୂରଣ କରିବା ନିମନ୍ତେ, କଳାହାଣ୍ଡି ପୂର୍ବ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ TPWODL ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଲ ଓଡିଶା ମିଟର ଆସୋସିଏସନ ର ସାଧାରଣ ସମ୍ପାଦକ ଶ୍ରୀ ତପନ କୁମାର ଅଗସ୍ତି ଙ୍କ ଆହ୍ୱାନ ରେ ତଥା ନର୍ଲା ମିଟର ରିଡର ଶାଖା ସଭାପତି ବିକ୍ରମ ସାହୁ ଏବଂ ସମ୍ପାଦକ କମଳ ଲୋଚନ ସାହୁଙ୍କ ନେତୃତ୍ୱ ରେ ଏହି ଧାରଣାରେ କଳାହାଣ୍ଡି ପୂର୍ବ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ TPWODL ଡିଭିଜନ ର ମିଟର ରିଡର ମାନଙ୍କର ଦାବୀ ଗୁଡିକ ପୂରଣ ନହେବା ଯାଏ, ଅହୋରାତ୍ର ଚାଲୁ ରହିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଥିଲା। ଏହି ଡିଭିଜନରେ ନର୍ଲା ସବଡିଭିଜନ ମିଟର ରିଡିଂ ପାଇଁ ତା ୦୧-୦୮-୨୦୨୨ ଠାରୁ ୩୧-୦୩-୨୦୨୫ ପର୍ଯ୍ୟନ୍ତ ନିୟତି ଫାଉଣ୍ଡେସନ ଓ ୦୧-୦୪-୨୦୨୫ ଠାରୁ ଶକ୍ତି ସଂସ୍ଥା ଏଜେନ୍ସି କାର୍ଯ୍ୟ କରୁଅଛି। ଏହା ସହ କର୍ମଚାରୀ ମାନଙ୍କୁ ବେଆଇନ ଛଟେଇ କରିବା, ଶ୍ରମ ଆଇନ ଅନୁସାରେ ମଜୁରି ପ୍ରଦାନ ନକରିବା, କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା କର୍ମଚାରୀ ମାନଙ୍କୁ ESI ସୁବିଧା ନଯୋଗାଇବା ଇତ୍ୟାଦି ଦାବୀ ରହିଥ‌ିବା ବେଳେ,ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା କର୍ମଚାରୀ ମାନଙ୍କୁ ମାନଙ୍କୁ ଶ୍ରମ ନିୟମ ବହିର୍ଭୂତ ଶୋଷଣ କରିବା ଏବଂ ମାନସିକ ସ୍ତରରେ ନିର୍ଯ୍ୟାତନା ଓ ଧମକାଇବା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆଜିର ଧାରଣା ଦିଆଯାଇଥିଲା। ଏହି ଧାରଣାରେ ‘ମୁଇ କଳାହାଣ୍ଡିଆ ଫର କଳାହାଣ୍ଡି’ର ସଂଗଠକ ଲଷ୍ମୀନାରାୟଣ ପଣ୍ଡା ଓ ସୁରେଶ ସଂଗ୍ରାମ ସମେତ କଳାହାଣ୍ଡି ପୂର୍ବ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ TPWODL ଡିଭିଜନର ମିଟର ରିଡର କମଳ ଲୋଚନ ସାହୁ, ଦାଶରଥି ମାଝୀ, ପଦ୍ମନ ସେନାପତି, ସୁକାନ୍ତ ନାୟକ, ପ୍ରତାପ ସାହୁ, ଭୀମରାଜ ସୁନା, ଧନଞ୍ଜୟ ସେନାପତି, ପ୍ରମୋଦ ମାହାର, ନେପାଳ ମାହାର, ରୁମାନ ଛତର, ମହେନ୍ଦ୍ର ସାହୁ, ଖୁସିରାମ କେତକୀ, ଟିକେଶ୍ୱର ସାହୁ, କୁମୁଦ ହାତୀ, ଭିକାରି ନାୟକ, ଓମ ପ୍ରକାଶ ଜାଲ, ଲୋକନାଥ ରଣା, ଧ୍ରୁବ କୁମାର, ବିକ୍ରମ ସାହୁ, ଯଦୁମଣି ନାୟକ, ଅନ୍ୟମାନେ ପ୍ରମୁଖ ଭାବେ ଅଂଶ ଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button