Breaking News

ପାଟ୍ରୋଲିଂ ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ : ତିନି ଅଭିଯୁକ୍ତ ଗିରଫ

କନ୍ଧମାଳ, (ସମର୍ଥ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ କୁ ମିଳିଛି ଆଉ ଏକ ସଫଳତା, ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ ସହ ଘଟଣା ରେ ସଂଶିଷ୍ଟ ଥିବା ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ କୁ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ଖବର ଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l ସୂଚନାରୁ ପ୍ରକାଶ ଯେ, ଚଳିତ ମାସ ୦୧ ତାରିଖ ସନ୍ଧ୍ୟାରେ ବାଲିଗୁଡା ପୋଲିସ ଏସଆଇ କିଶୋର ଚନ୍ଦ୍ର ପ୍ରଧାନ ଓ଼ ଅନ୍ୟ ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଚାଲାଣ ହେଉଥିବା ଖବର ପାଇବା ପରେ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରି କ.ନୂଆଗାଁ ଅଞ୍ଚଳ ରେ ଏକ ପଲସର ମୋଟର ସାଇକେଲରେ ଦୁଇଜଣ ବ୍ୟକ୍ତିଙ୍କୁ ତନଖିବା ସମୟରେ ସେମାନେ ବାଲିଗୁଡ଼ା ଥାନା ଗୁଳିମରାପଦା ସାହିର ଦିପକ କୁମାର ଦିଗାଳ ଙ୍କ ଠାରୁ ଗଞ୍ଜେଇ ଏବଂ ବ୍ରାଉନସୁଗାର ନେଉଥିବା ସ୍ୱୀକାର କଲେ। ଏହି ଘଟଣା ରେ ଦୀପକ ର ସହଯୋଗୀ ବାଲିଗୁଡା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ମହେନ୍ଦ୍ର ମଲ୍ଲିକ ଓ଼ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଅଞ୍ଚଳର କେ. ଶିବ ପ୍ରସାଦ ଆଚାରୀ ଙ୍କୁ ଯାଞ୍ଚ କରିବା ସମୟରେ ସେମାନଙ୍କ ଠାରୁ ୨୨ କିଲୋଗ୍ରାମ ଗଞ୍ଜେଇ, ୦୬ (ଛଅ) ଗ୍ରାମ ବ୍ରାଉନସୁଗାର, ଦୁଇଟି ମୋଟରସାଇକେଲ, ଦଶଟି ମୋବାଇଲ ଫୋନ୍ ଜବତ କରି ବାଲିଗୁଡ଼ା ପିଏସ୍ କେଶ ନଂ.-୧୯୬/୨୫- ୟୁ/ଏସ୍-୨୦ (ବି)(ଆଇ)(ସି)/୨୧(ବି) ଏନଡିପିଏସ୍ ଆକ୍ଟ ରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବାଲିଗୁଡା ଥାନା ର ଅନୁସନ୍ଧାନ କାରୀ ଅଧିକାରୀ ଏସ.ଆଇ.ପ୍ରମୋଦ କୁମାର ଜେନା ଏହି ଘଟଣା ରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ରଖିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ l

Related Articles

Back to top button