Breaking News

ଓଡିଶା ପତ୍ରକାର ସଂଘ ଖୋର୍ଦ୍ଧା ଜିଲ୍ଲା ଓ ଚିଲିକା ପ୍ରେସ ୟୁନିଅନର ବାର୍ଷିକ ଉତ୍ସବ- ୨୦୨୫ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା ଜିଲ୍ଲା ତା02/07/25 ଚିଲିକା ବ୍ଲକ ସୀଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର କିମ୍ଭୀରପଡା ସ୍ଥିତ ବରିଷ୍ଠ ନାଗରିକ ଆବାସ ପରିସରରେ ବିଶିଷ୍ଟ ସମାଜ ସେବୀ ସୁକାନ୍ତ ବିଶ୍ୱାଳଙ୍କ ତତ୍ୱାବଧାନରେ ସଭାପତି ଅଶୋକ କୁମାର ପାଇକରାୟଙ୍କ ନେତୃତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାହିତ୍ୟ ସିନ୍ଦୁରାର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡା ଯୋଗ ଦେଇଥିବା ବେଳେ ଓଡିଶା ପତ୍ରକାର ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ସଂମ୍ମାନିତ ଅତିଥି ଭାବରେ ଓଡ଼ିଶା ପତ୍ରକାର ସଂଘର ଉପସଭାପତି ହରପ୍ରସାଦ ଦାସ, କୋଷାଧକ୍ଷ କିଶୋର ରଥ, ଏକଜୁକୁଟିଭ ମେମ୍ବର ସସ୍ମିତା ମଲିକ, ଖୋର୍ଦ୍ଧା ଜିଲ୍ଲା ସଭାପତି ମlଧବଚନ୍ଦ୍ର ରାଉତରାୟ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଚେୟାରମ୍ୟାନ ମହେଶ୍ୱର ପଳେଇ,ବରିଷ୍ଠ ସମାଜସେବୀ ରମେଶ ଚନ୍ଦ୍ର ସାମନ୍ତରାୟ, ଦାମୋଦର ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ । ଚିଲିକା ପ୍ରେସ ୟୁନିଅନର ସଭାପତି ତଥା ଆଇନୀଜୀଵୀ ଅଶୋକ କୁମାର ପାଇକରାୟ ସଭାରେ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ଅତିଥି ମାନଙ୍କୁ ସର୍ବପ୍ରଥମେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନିତ କରାଯାଇଥିଲା । ଏହା ପରେ ଅତିଥି ମାନେ ସାମ୍ୱାଦିକ ମାନଙ୍କ ସୁବିଧା ଓ ସେମାନଙ୍କ ପ୍ରତି ଆକ୍ରୋଶ ମୂଳକ ଭାବେ ଆକ୍ରମଣ ଓ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଖାସକରି ଗ୍ରାମାଞ୍ଚଳ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଅସୁବିଧା ବିଷୟରେ ଚର୍ଚ୍ଚା ହୋଇଥିଲା । ବରିଷ୍ଠ ନାଗରିକ ଆବାସ ର ଅନ୍ତେବାସୀ ଙ୍କୁ ପ୍ରତିମାସରେ ସୁନାମଧନ୍ୟ ଡାକ୍ତର ଙ୍କ ସେବା ପ୍ରଦାନ କରିବା ପାଇଁ ରାଜ୍ୟ କୋଷାଧକ୍ଷ ଶ୍ରୀ ରଥ ପ୍ରତିଶୃତି ଦେଇଥିଲେ l ସାମ୍ବାଦିକ ମାନଙ୍କୁ କିଭଳି ଭାବରେ ସରକାର ସାହାଯ୍ୟ ସହଯୋଗ ବଦଳରେ ଟାଳ ଟୁଳ ନୀତି ଅବଲମ୍ବନ କରିଛନ୍ତି ତାହା ସମସ୍ତେ ଜାଣନ୍ତି । ସମାଜରେ ସାମ୍ବାଦିକ ମାନଙ୍କ ପ୍ରତି ଅବହେଳା ବାରମ୍ବାର ହୋଇଆସିଥିବା ନଜରକୁ ଆସିଥିଲା ବେଳେ ଏଥିରେ ସୁଧାର ଆଣିବା ଓ ଜନସାଧାରଣରେ ସଚେତନତା ଆଣିବା ପାଇଁ ପ୍ରତି ବର୍ଷ ପରି ଚଳିତ ବର୍ଷ ଚିଲିକା ପ୍ରେସ ୟୁନିଅନ ଓ ଖୋର୍ଦ୍ଧା ଜିଲ୍ଲା ପତ୍ରକାର ସଂଘ ବାର୍ଷିକ ଉତ୍ସବ ପାଳନ କରିଆସୁଛି l ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ପ୍ରେସ ୟୁନିଅନର ସାମ୍ବାଦିକ ସଦସ୍ୟ ଶରତ ବରାଳ, ଅଖିଳ କୁମାର ପଲେଇ, ଗୋବିନ୍ଦ ଚନ୍ଦ୍ର ଜାଲି, ବିବେକାନନ୍ଦ ପଣ୍ଡା, ପନ୍ତl କୁଳିଆକବି ଦିଗମ୍ବର ବିଶ୍ୱାଳ,ଦେବ ପ୍ରସାଦ ରଥ, ବିଭୁଧେନ୍ଦୁ ରାଉତ,ସମର୍ଥ ନିୟୁଜ ପ୍ରତିନିଧି ତ୍ରିଲୋଚନ ବାରିକ, ଆଇନୀଜୀବୀ ରବୀନ୍ଦ୍ର ନାଥ ମାନସିଂହ ପ୍ରମୁଖ ଥିବା ବେଳେ ଚିଲିକା ଓ ବାଣପୁର ଅଞ୍ଚଳର ମା ‘ଭଗବତୀ କଳାନିକେତ ର ସମ୍ପାଦିକା ଶ୍ରମତୀ ବିଷ୍ନୁପ୍ରିୟା ବାରିକ “ମଣିମା କାଳିଆ ସାଆନ୍ତ “ଙ୍କ ଭଜନ ଉପସ୍ଥିତ ଜ୍ଞାନୀଗୁଣୀ ବ୍ୟକ୍ତି ମାନଙ୍କ ମନକୁ ମୋହିନେଇଥିଲା। ସଭା ଶେଷରେ ସମାଜ ପ୍ରତିନିଧି ଅଖିଳ କୁମାର ପଲେଇ ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l
ବାଣପୁର ରୁ ତ୍ରିଲୋଚନ ବାରିକ ଙ୍କ ରିପୋର୍ଟ ସମର୍ଥ ନିୟୁଜ l

Related Articles

Back to top button