ଡାଲମିଆ ସିମେଣ୍ଟ କାରଖାନା ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ


ଛତିଆ ୨/୭(ଆ ପ୍ର)ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜୁଲାଇ ମାସରେ ବନ ମହୋତ୍ସବ ସପ୍ତାହ ପାଳନ ଆରମ୍ଭ ହୋଇଅଛି । ଆଜି ପ୍ରଥମ ଦିନ ରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ପାରିଆ ପଞ୍ଚାୟତର ବରୁଣିଆ ଗ୍ରାମ ର ହରିଶଙ୍କର ବିଦ୍ୟାପୀଠ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମ ରେ କପିଳାସ ସିମେଣ୍ଟ ପ୍ଲାଣ୍ଟ ର ଟେକ୍ନିକାଲ ହେଡ୍ ଶ୍ରୀଯୁକ୍ତ ଜଗଦୀଶ ବାଲା, ପରିବେଶ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ମଲ୍ଲିକ ଏବଂ ସି.ଏସ.ଆର୍ ବିଭାଗ ମୁଖ୍ୟ ଶ୍ରୀମତୀ କବିତା ସାହୁ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁମାରବର ସାହୁ, ଶିକ୍ଷକ ସତ୍ୟବାଦୀ ପଣ୍ଡା ଏବଂ ଅନ୍ୟାନ୍ୟ ଶିକ୍ଷକ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। କାରଖାନା ର ୟୁନିଟ ହେଡ ଶ୍ରୀଯୁକ୍ତ ପଙ୍କଜ ଗୁପ୍ତା ଙ୍କ ବାର୍ତ୍ତା “ଗୋଟିଏ ଗଛ ମା ପାଇଁ” ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ କରିବା ସହ ଏହାର କିପରି ଯତ୍ନ ନିଆହେବ ତାହା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଯାଇଥିଲା। ଶେଷରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସି.ଏସ. ଆର୍ ବିଭାଗର ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରୀ ସନ୍ତୋଷ ନାୟକ, ଶ୍ରୀ ଚିତ୍ତରଞ୍ଜନ ବେହେରା, ଶ୍ରୀମତୀ ମମତା ଭୂୟାଁ ଓ ଶ୍ରୀ ଦିବ୍ୟଜ୍ୟୋତି ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।




