Breaking News

ଜାତୀୟ ଡ଼ାକ୍ତର ଦିବସ ପାଳିତ

ଭୁବନେଶ୍ବର ଆଜି ଜାତୀୟ ଡ଼ାକ୍ତର ଦିବସ ୟୁନିଟ 6 ସ୍ଥିତ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଭବନରେ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ ମେଡିକାଲ ଆସୋସିଏସନର ଓଡ଼ିଶା ଶାଖା ତରଫରୁ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇ ଡ଼ାକ୍ତର ମାନଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଡ଼ାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ତିଥି ଓ ଶ୍ରାଦ୍ଧଉତ୍ସବ ଗୋଟିଏ ଦିନରେ ପଡୁ ଥିବାରୁ ଆଜିର ଦିନଟିକୁ ଡ଼ାକ୍ତର ଦିବସ ରୂପେ ପାଳନ କରାଯାଇଛି ବୋଲି ମାନ୍ୟବର୍ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି। ସେହିପରି ଓଡ଼ିଶା ଡ଼ାକ୍ତର ସଂଘର୍ ସଭାପତି ଶ୍ରୀ ଭରଦ୍ୱାଜ ମିଶ୍ର ନିଜ ପ୍ରତିକ୍ରିୟାରେ ଡକ୍ଟର ମାନଙ୍କୁ ସମସ୍ତେ ସୁରକ୍ଷା ଓ ସହୋଜୋଗ କରନ୍ତୁ ଓ ଡ଼ାକ୍ତର ମାନେ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସେବା ଅକୁଣ୍ଠ ଚିତ୍ତରେ ଯୋଗାଇଦେବେ। ଆଜି ମଧ୍ୟ ବହୁ ବୟସ୍କ ଡ଼ାକ୍ତର ମାନଙ୍କୁ ଓ ସେମାନଙ୍କ ପରିବାରକୁ ସ୍ବାସ୍ଥ୍ୟ ପରୀକ୍ଷା ଯୋଗାଇ ଦିଆଯାଇଛି ଓ ବାୟୋବନ୍ଦନା କାର୍ଡ ଦିଆଯାଇଛି ବୋଲି କହିଛନ୍ତି ସଭାପତି ଶ୍ରୀ ମିଶ୍ର କହିଛନ୍ତି। ଆମେ 27 ବର୍ଷ ହେଲା ଡ଼ାକ୍ତର ଦିବସ ପାଳନ କରି ଆସୁଛୁ ଆମ ସଦସ୍ୟ ମାନେ ବହୁତ ଡେଡିକେଟେଡ ବହୁତ ଭଲ ସେବା ଦେଉଛନ୍ତି ଓ ଆମେ ଆଜି ସାଂସ୍କୃତିକ କାର୍ଯକ୍ରମର ଆୟୋଜିତ ହୋଇଛି ବୋଲି କହିଛନ୍ତି ଓଡ଼ିଶା ଡ଼ାକ୍ତର ସଂଘର ସାଧାରଣ ସମ୍ପାଦକ ପ୍ରତ୍ୟୁଷ କୁମାର ରାୟ।
ରିପୋର୍ଟ ଦେବ ପ୍ରସାଦ ମହାନ୍ତି।

Related Articles

Back to top button