ଆଦିବାସୀ ମହିଳା ଗଣ ବଳାତ୍କାର, ଦୁଇ ଅଭିଯୁକ୍ତ ଗିରଫ।


ଛତିଆ (ଇମିସ )୧/୭
ବୈରୀ ଥାନା ଅନ୍ତର୍ଗତ ସମିଆ ପଞ୍ଚାୟତ ର ଚମ୍ପାପୁର ଗ୍ରାମର ସମା ହେମରମ୍ ଙ୍କ ସ୍ତ୍ରୀ ପିଣ୍ଟୁ ହେମରମ୍ (୨୮) କୁ ଜଙ୍ଗଲ ଭିତରେ ଦୁଇଜଣ ଉଠାଇ ନେଇ ଦିନ ତମାମ ଗଣ ଧର୍ଷଣ କରିଥିଲେ। ସନ୍ଧ୍ୟା ସମୟରେ ପିଣ୍ଟୁ ହେମରମ ୨୮ବର୍ଷିଆ ମହିଳା କୌଶଳ କର୍ମେ ସେମାନଙ୍କ ପାଖରୁ ଖସି ଆସି ପରିବାର ରେ ଏ କଥା କହିବା ପରେ ପରିବାର ଲୋକେ ତାଙ୍କୁ ବୈରୀ ଥାନାରେ ପହଞ୍ଚାଇ ଥିଲେ ଥାନା ଅଧିକାରିଣୀ ପିଣ୍ଟୁ ହେମରମ୍ ଠାରୁ ସମସ୍ତ ଘଟଣା ଶୁଣିବା ପରେ ଥାନା ଅଧିକାରିଣୀ ଅଂଶୁମାଳା ଦାସ ୧୪୦/୨୫ରେ ଏକ ମାମଲା ରୁଜୁ କରି ପୋଲିସ ବାହିନୀ ସହିତ ଭାଲୁଖାଇ ଜଙ୍ଗଲ ରେ ଚଢ଼ାଉ କରି ଦୁଇ ଅଭିଯୁକ୍ତ ସାନନ୍ଦ ପିହୁ (୩୨) ପିତା ଫକୀର, ଘର ଭାଲୁମରା ଓ ଭଜମନ ଭୋଇ (୪୫) ପିତା ନିର୍ମଳ, ଘର ଚମ୍ପାପୁର ଦୁହିଁଙ୍କୁ ଗିରଫ କରିଛନ୍ତି। ଗିରଫ କରି ପିଣ୍ଟୁ ର ଡାକ୍ତରୀ ଚିକିତ୍ସା କରିଛନ୍ତି। ପ୍ରକାଶ ଥାଉ କି ପିଣ୍ଟୁ ଭାଲୁଖାଇ ଜଙ୍ଗଲ ରେ ଛେଳି ଚରାଉଥିବା ସମୟରେ ଦୁଇ ଅଭିଯୁକ୍ତ ତାଙ୍କୁ ଏକୁଟିଆ ଦେଖି ଜୋର ଜବରଦସ୍ତି ଜଙ୍ଗଲ ମଧ୍ୟରେ ଜଣକ ପରେ ଜଣେ ବାରମ୍ବାର ଧର୍ଷଣ କରିଥିବା ପିଣ୍ଟୁ ଙ୍କ ବୟାନ ରୁ ପ୍ରକାଶ।




