ବୌଦ୍ଧ ଜିଲ୍ଲା କଂଗ୍ରେସର ସଭାପତି ଭାବରେ ପୁର୍ନବାର ମନୋନୀତ ହେଲେ ବରିଷ୍ଠ ଆଇନଜୀବି ନବକୁମାର ମିଶ୍ର


ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବୌଦ୍ଧ ଜିଲ୍ଲା କଂଗ୍ରେସର ସଭାପତି ଭାବେ ବରିଷ୍ଠ ଆଇନଜୀବୀ ତଥା ବୌଦ୍ଧ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଶ୍ରୀ ନବ କୁମାର ମିଶ୍ରଙ୍କୁ ପୁନର୍ବାର ମନୋନୀତ କରିଛନ୍ତି l ଖବର ପ୍ରସାରିତ ହେବାପରେ ଜିଲ୍ଲା କଂଗ୍ରେସ ମହଲରେ ଖୁସିର ଲହରୀ ଖେଳି ଯାଇଛି l ଖବର ପାଇ ଶ୍ରୀ ମିଶ୍ରଙ୍କ ଅନେକ ଶୁଭେଚ୍ଛୁ ଓ ବନ୍ଧୁ ଅଭିନନ୍ଦନ ଏବଂ ଶୁଭକାମନା ଜଣେଇ ଛନ୍ତି l
ଜିଲ୍ଲା କଂଗ୍ରେସ ମୁଖପାତ୍ର ଶାନ୍ତନୁ କୁମାର ମହପାତ୍ର , ପ୍ରଶାନ୍ତ କୁମାର ସାହୁ,ପଙ୍କଜ କର୍ଣ୍ଣ, ରୋହିତସ୍ଵ ବେହେରା, ବେଣୁଧର ମେହେର, ପ୍ରତାପ ପଣ୍ଡା , ପ୍ରଦିପ ଦାସ, ଗୋପାଳ ବାଘ, ମହମ୍ମଦ ଗୁଲଜାର, ପୌଲାଷ୍ଟି ପ୍ରଧାନ, ସୁଶାନ୍ତ ମଲ୍ଲିକ , ମହିଳା କଂଗ୍ରେସ ର ସନ୍ଧ୍ୟାରଣି ସିଂ, ମମତା ପଣ୍ଡା,ଛାତ୍ର କଂଗ୍ରେସ ର ଜିଲ୍ଲା ସଂଯୋଜକ ପ୍ରତ୍ୟୁଷ ମହାନନ୍ଦ , ପ୍ରମୁଖ ସକାଳୁ ଶ୍ରୀ ମିଶ୍ରଙ୍କ ବାସଭବନ କୁ ଯାଇ ପୁଷ୍ପଗୁଛ ଓ ଉପଢୌକନ ଦେଇ ଶ୍ରୀ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇ ଥିଲେ l
ଜିଲ୍ଲା କଂଗ୍ରେସ ମୁଖପାତ୍ର ତାଙ୍କର ପ୍ରତିକ୍ରିୟାରେ ଏହାଦ୍ବାରା ଜିଲ୍ଲାରେ କଂଗ୍ରେସ ସଂଗଠନ ଆହୁରି ଶକ୍ତିଶାଳୀ ହେବ ବୋଲି ପ୍ରକାଶ କରିବା ସଙ୍ଗେ ସଙ୍ଗେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଦାସଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ କୃତଜ୍ଞତା ଜଣେଇଛନ୍ତି l




