Breaking News

ପତରାଜପୁର ଉଚ୍ଚ ବିଦ୍ୟାଳୟ ର ଦୁଇ ଶିକ୍ଷକଙ୍କ ଅବସର

ବାଲିଚନ୍ଦ୍ରପୁର ତା ୧/୭=ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ପତରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପରିଡା ଓ ସହକାରୀ ଶିକ୍ଷକ ବିଜୟ କୁମାର ପରିଡ଼ା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ମହାରଣା ଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ଯ ଅତିଥୀ ଭାବେ ବିଶିଷ୍ଟ ବୈଦିକ ବିଦ୍ବାନ ଆଧାତ୍ମିକ ପ୍ରବଚନ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଯଚିନ୍ଦ୍ର କୁମାର ରାଉତ ଯୋଗଦେଇ କହିଲେ ଯେ ଅବସରର ପ୍ରକୃତ ହେଉଛି ଏକ ସିମିତ ପରିସରରୁ ବାହାରକୁ ଯାଇ ନିଜର କର୍ତ୍ତବ୍ୟ କୁ ଅଧିକ ରୁ ଅଧିକ ପ୍ରତିପାଦିତ କରିବା। ମୂଖ୍ୟ ବକ୍ତା ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକ ଅବସର ପ୍ରାପ୍ତ ଶିକ୍ଷକ ଦ୍ୱୟ ସେମାନଙ୍କ ର କାର୍ଯ୍ୟକାଳ ଭିତରେ ଶହ ଶହ ସଂଖ୍ୟାରେ ଉତ୍ତମ ଛାତ୍ର ତିଆରି କରିଛନ୍ତି ଯାହା ଏ ଅଞ୍ଚଳ ପାଇଁ ସେମାନଙ୍କ ର ଏକ ମହତ ଦାନ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବଡଚଣା ମଣ୍ଡଳ ଶିକ୍ଷାଧିକାରୀ ଅଭୟ କୁମାର ବେହେରା, ପତରାଜପୁର ସମିତି ସଭ୍ୟ କୁଳମଣି ବାରିକ, ସରପଞ୍ଚ ତନୁଶ୍ରୀ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାକେଶ କୁମାର ବାରିକ, ଶିକ୍ଷା ସମିତି ର ସଭାପତି ଜ୍ଞାନ ରଞ୍ଜନ ଦାସ, ପୂର୍ବତନ ଶିକ୍ଷକ ଚନ୍ଦ୍ରମଣି ସାମଲ, ପୂର୍ବତନ ପ୍ରଧାନ ଶିକ୍ଷକ ରବିନ୍ଦ୍ର ସାମଲ, ଓଷ୍ଟା ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ବାଳ, ଓଷ୍ଟା ବ୍ଲକ ସଭାପତି ଦୟାନିଧି ସାମଲ, ବ୍ଲକ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ମୂଖ୍ୟ ସ୍ମୃତି ରଞ୍ଜନ ଆଚାର୍ଯ୍ୟ, ବ୍ଲକ ସମ୍ପାଦକ ସତ୍ଯବାଦୀ ପଣ୍ଡା ଓ ସମାଜସେବୀ ଗଦାଧର ଦାସ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖପତ୍ର ବୈଜୟନ୍ତି ର ଉନ୍ମୋଚନ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଦ୍ୱୟ ଏବଂ ସମସ୍ତ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମଞ୍ଚ ସଂଚାଳନା କରିଥିଲେ ବିଘ୍ନେଶ୍ୱର ସିଂହ ଓ ଅମ୍ରିତା ସିଂହ। ଶିକ୍ଷୟତ୍ରୀ ମଧୁସ୍ମିତା ପଣ୍ଡା ବେଦ ପାଠ କରିବା ସହିତ ମାନପତ୍ର ପାଠ କରିଥିଲେ। ଧନ୍ୟବାଦ ଦେଇଥିଲେ ଶିକ୍ଷକ ମରୁତ କୁମାର ସାମଲ। ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ବେହେରା ଓ ପ୍ରଭାସିନି ବେହେରା ନୃତ୍ୟ ପରିବେଷଣ କରିଥିଲେ। ଉତ୍ସବ ର ପ୍ରଥମ ଅଧିବେଶନ ରେ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପରିଡା ଓ ସହକାରୀ ଶିକ୍ଷକ ବିଜୟ କୁମାର ପରିଡ଼ା ଙ୍କୁ ଛାତ୍ରଛାତ୍ରୀ ମାନେ ବାଜାବାଣ ରୋଷଣୀ ରେ ଗାଁ ଗାଁ ବୁଲାଇ ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲେ। ପ୍ରତି ସାହିରେ ଶିକ୍ଷକ ଦ୍ଵୟ ଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ଗ୍ରାମବାସୀ ମାନେ କାନ୍ଦି କାନ୍ଦି ବିଦାୟ ଦେଉଥିବା ର ଦେଖିବାକୁ ମିଳିଥିଲା।

Related Articles

Back to top button