Breaking News

MCL କର୍ତ୍ତୃପକ୍ଷ ଙ୍କ ମନମାନି ନିତି ପାଇଁ ଦୁର୍ଦଶା ଭୋଗିବେ ଅରଖପାଳ ଗ୍ରାମବାସୀ

ତାଳଚେର:-୦1/07/25 ତାଳଚେର ବ୍ଲକ ବ୍ରଜନାଥ ପୁର ପଂଚାୟତ ଅନ୍ତର୍ଗତ ଆରଖପାଳ ଗ୍ରାମଟି ଦୀର୍ଘ ପନ୍ଦର ବର୍ଷ ହେଲାଣି ଭୁବନେଶ୍ୱରୀ କୋଇଲା ଦ୍ୱାରା ଅଧିଗ୍ରହଣ ହୋଇଥିଲେ ମଧ୍ୟ ଗ୍ରାମର ଅଳ୍ପ ଦୂରରେ ଭୁବନେଶ୍ୱରୀ ଖଣି କୋଇଲା ଉତୋଳନ କାର୍ଯ୍ୟ ଚାଲୁ କରୁଥିବାରୁ ଖଣି ବିସ୍ପୋରଣ ହେତୁ ଗ୍ରାମବାସୀ ବସବାସ କରିବା ବିପଦ ପୂର୍ଣ୍ଣ ହୋଇପଡୁଛି । ଖଣି କର୍ତ୍ତୃପକ୍ଷ ଅରଖପାଳ ଗ୍ରାମର କିଛି ଅଂଶ ଯାହା କଦଳୀପାଳ ସହି କୁ ପ୍ରଥମେ ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବାରୁ ଆଜି ଗ୍ରାମର ଶତାଧିକ ପୁରୁଷ ମହିଳା ଆସି କଦଳିପାଳ ଠାରେ ବିକ୍ଷୋଭ ପଦର୍ଶନ କରିଥିଲେ। ଅରଖପାଳ ଗ୍ରାମବାସୀ ଙ୍କ କହିବା କଥା କି ଗ୍ରାମର ସମସ୍ତ ଜମି ଓ ଘର ମାପ କରି ନିୟମ ଅନୁଯାୟୀ କ୍ଷତି ପୂରଣ ଦେଇ ଗ୍ରାମକୁ ବିସ୍ଥାପନ କରିବାକୁ ଦାବି କରିଛନ୍ତି।

Related Articles

Back to top button