ବୌଦ୍ଧ ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କୁ ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ (NSUI) ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ


ସ୍ଥାନ – ବୌଦ୍ଧ
ଆଜି ତା ୧ ଜୁଲାଇ ୨୦୨୫ ରିଖ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କୁ ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ (NSUI) ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ, ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଥିଲେ। କଂଗ୍ରେସ ଦେଶରେ କଂଗ୍ରେସ ସୁଶାସନ ଦେଉଥିଲା। RBI, NABARD, MGNREGA, RTI, RTE,ଅଙ୍ଗନୱାଡି, ଆଶା, 108 ଆମ୍ବୁଲାନ୍ସ, AIMS, IIT, ITI, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଇନ୍ଦିରା ଆବାସ ଗୃହ,ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନା, ହୀରାକୁଦ ବନ୍ଧ, ଖାଦ୍ୟ ସୁରକ୍ଷା ଆଇନ,ବୃଦ୍ଧ / ବୃଦ୍ଧା/ ବିଧବା, ବିକଳାଙ୍ଗ ଭତା ଭଳି ଅନେକ ଗରିବ କଲ୍ୟାଣ ଯୋଜନା କରିଥିଲେ। ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ (NSUI) ଆଗକୁ କିପରି ସାଙ୍ଗଠନିକ ସୁଦୃଢ ଏବଂ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ହୋଇପାରିବ ସେ ଉପରେ ପରାମର୍ଶ ଦେବା ସହିତ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।
ଉକ୍ତ ସ୍ୱାଗତ ସମର୍ଦ୍ଧନାରେ ବୌଦ୍ଧ ଜିଲ୍ଲା ସଂଯୋଜକ ପ୍ରତ୍ୟୁଷ ମହାନନ୍ଦ, ସ୍ମୃତି ରଞ୍ଜନ ପାତ୍ର, ବୀରେନ୍ଦ୍ର ଭୋଇ, ରଘୁନାଥ କହଁର ଉପସ୍ଥିତ ଥିଲେ।




