Breaking News

ମୋହନା ରେ ଭାରତ ବନ୍ଦର ପ୍ରଭବ, ୩୨୬ ନଂ ଜାତୀୟ ରାଜପଥ ଅବରୋଧ। 

ମୋହନା :0୧/0୭/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଭାରତ ବନ୍ଦର ପ୍ରଭବ ଦେଖିବାକୁ ମିଳିଛି।ଆନ୍ଦୋଳନକାରି ମାନେ ମୋହନା ହାଇସ୍କୁଲ ଛକ ଓ ଲୁହାଗୁଡ଼ି ଛକଠାରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି l ଫଳରେ ବ୍ରହ୍ମପୁର ଠାରୁ ରାୟଗଡ଼ା ଓ ପାରଳାଖେମୁଣ୍ଡି ସଲଗ୍ନ କରୁଥିବା ମୂଖ୍ୟ ରାସ୍ତା ରେ ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି lଆଜି ଭାରତ ମୁକ୍ତି ମୋର୍ଚ୍ଚା, ଆଦିବାସି ଏକତା ପରିଷଦ ଓ ରାଷ୍ଟ୍ରୀୟ ଖ୍ରୀଷ୍ଟୀୟାନ ମୋର୍ଚ୍ଚା ପକ୍ଷରୁ ଦଳିତ ଆଦିବାସୀ ପଛୁଆ ବର୍ଗ ସଂଖ୍ୟାଲଘୁ ଓ ମହିଳାଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ଭାରତ ବନ୍ଦ ଡାକରା ଦିଆଯାଇଛି l ଯାହା ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି l

Related Articles

Back to top button