Breaking News

ଘୋଷଯାତ୍ରା ଅବସରରେ କାହ୍ନା ମ୍ୟୁଜିକର ଭଜନ ସନ୍ଧ୍ୟା

 

ଭବାନୀପାଟଣା:ଜିଲ୍ଲା ସଂସ୍କୃତି ବିଭାଗ କଳାହାଣ୍ଡି ପକ୍ଷରୁ ଆୟୋଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଭବାନୀପାଟଣାସ୍ଥ ଗୁଣ୍ଡିଚା ମନ୍ଦିର ମଣ୍ଡପରେ କାହ୍ନା ମ୍ୟୁଜିକ ତରଫରୁ ଚତୁର୍ଥ ରଜନୀରେ ‘ଭଜନ ସନ୍ଧ୍ୟା’ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦେଶକ ତଥା ସମାଜସେବୀ ଶିଳ୍ପୀ ରୋହିତ କୁମାର ଦୁର୍ଗାଙ୍କ ଅଧ୍ୟକ୍ଷତାରେ ସଂଗଠକ ସତ୍ୟ ନାରାୟଣ ସିଂ, ଅଧିବକ୍ତା ସଞ୍ଜୟ କୁମାର, ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଓ ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦପଣ୍ଡା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିରଞ୍ଚି ନାରାୟଣ ମୁଣ୍ଡ ଓ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ସନ୍ତୋଷ ଦାସ, ଦେବଦର୍ଶିତା ଦାସ ଓ ସନ୍ତୋଷ ଦୁବେଙ୍କ ସହ ରୋହିତ ଦୁର୍ଗା, ସମର୍ପିତା ଦାସ, ସମିତା ମହାପାତ୍ର, ରଶ୍ମିତା ପଟ୍ଟନାୟକ ପ୍ରମୁଖ ଭକ୍ତିଗୀତ ପରିବେଷଣ କରି ଶ୍ରୋତାଙ୍କୁ ମଧ୍ୟ ରାତ୍ର ଯାଏଁ ବାନ୍ଧି ରଖିଥିଲେ।କାର୍ଯ୍ୟକ୍ରମରେ ବହୁ କଳାକାର, ସାହିତ୍ୟିକ, ପ୍ରଶାସନିକ ଅଧିକାରୀ ତଥା ସାମ୍ବାଦିକ ବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ।ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button