ଡ଼ିଏଭି ପବ୍ଲିକ ସ୍କୁଲର ଅବ୍ୟବସ୍ଥା କୁନିକୁନି ଛାତ୍ରଛାତ୍ରୀଙ୍କ ସହ ଖେଳଖେଳୁଛି ଜଗନ୍ନାଥ ଡ଼ିଏଭି


ତାଳଚେର,୦୧/୦୭ କୁନିକୁନି ଛାତ୍ରଛାତ୍ରୀଙ୍କ ସହ ଖେଳଖେଳୁଛି ଜଗନ୍ନାଥ ଡ଼ିଏଭି । ସାରା ଓଡ଼ିଶାରେ ହଇଜା ଚହଳ ପକାଇ ଆସୁଥିବା ବେଳେ ତାଳଚେର ଡ଼ିଏଭି ପବ୍ଲିକ ସ୍କୁଲରେ ଏହାର ସମ୍ପୂର୍ଣ୍ଣ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ସୂଚନାମୂତାବକ ଜଗନ୍ନାଥ ଡ଼ିଏଭିରେ ଏଲକେଜି ଠାରୁ ଆରମ୍ଭ କରି ଏକାଦଶ ପର୍ଯ୍ୟନ୍ତ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିଥାନ୍ତି । ମାତ୍ର ସେହି ଅନୁପାତରେ ପାନୀୟଜଳ ବ୍ୟବସ୍ଥା, ପରିଶ୍ରଗାର, ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଆବ୍ୟାକ ଅନୁଯାୟୀ ଆଲୋକିକରଣ ଓ ଫ୍ୟାନ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ଘୋର ବ୍ୟାହାତ ସୃଷ୍ଟି କରୁଛି । ବିଶେଷ କରି ଛାତ୍ରୀମାନଙ୍କ ପାଇଁ ଆବଶକୀୟ ପରିଶ୍ରା ଗୃହ ଓ ସେଥିରେ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉଥିବାରୁ ଛାତ୍ରୀମାନେ ୟୁରିନ୍ ଇନଫେକସନ୍ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଭାବକମାନେ ଏହା ଅଭିଯୋଗ କରିଛନ୍ତି । ଫଳରେ ଏଠାରେ ହଇଜା ବ୍ୟାପିବାର ଅଧିକ ଆଶଙ୍କା ଦେଖାଦେଇଛି । ଛାତ୍ରଛାତ୍ରୀଙ୍କ ଠାରୁ ପଢ଼ିବା ପାଇଁ ବିଦ୍ୟାଳୟ ପକ୍ଷରୁ ମାସିକ ୧୨ଶହ ଟଙ୍କାରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚପାଇଁ ନିଆଯାଉଥିବା ବେଳେ କର୍ତୁପକ୍ଷ କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ତାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁନଶ୍ଚ ଏମସିଏଲ ପକ୍ଷରୁ କର୍ମଚାରୀଙ୍କ ପୁଅ, ଝିଅ ପାଇଁ ସ୍କୁଲ ବସ୍ର ସୁବିଧା ଥିବା ବେଳେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ସେଭଳି ପଦକ୍ଷେପ ନିଆଯାଉନଥିବାରୁ ସେମାନେ ଗୋଟିଏ ଅଟରେ ବାଧ୍ୟହୋଇ୧୨ରୁ ୧୫ ଠେଲାପେଲା ହୋଇ ଯାଉଛନ୍ତି ବୋଲି ଅଭିଯୋଗ ହେଉଛି । ଯଦି କୌଣସି ଅଘଟଣ ଘଟିଯାଏ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ତେଣୁ ଏହାକୁ ବିଚରାକୁ ନିଆଯାଇ ସମ୍ପୃକ୍ତ କର୍ତୁପକ୍ଷ ଏହାକୁ ଧ୍ୟାନ ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି । ଏସମ୍ପର୍କରେ ଡ଼ିଏଭି କର୍ତୁପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।




