ସକାଳର ସୁରୁଜ ମୋ ସ୍ତ୍ରୀଙ୍କ ପାଇଁ ଥିଲା ଶେଷମୂହର୍ତ


ସଡ଼କ ଦୁର୍ଘଟଣାରେ ଚାଲିଗଲା ମାଆର ଜୀବନ : ଗୁରୁତ୍ୱର ଅବସ୍ଥାରେ ୪ର୍ଥ ଶ୍ରେଣୀର କୁନିଝିଅ
ତାଳଚେର,୦୧/୦୭ ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଡ଼ିଏଭି ସ୍କୁଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ତାଳଚେର ହାଣ୍ଡିଧୂଆଁ ସ୍ଥିତ ରେଳଷ୍ଟେସନରେ ଲୋକ ପାଇଲଟ୍ ଭାବେ କାର୍ଯ୍ୟରତ ବ୍ରହ୍ମପୁର ଅଂଚଳର ନିରାକାର ସାହୁଙ୍କ ଧର୍ମପତ୍ନୀ ନାଲିରଙ୍ଗର ହୋଣ୍ଡା ଆକ୍ଟିଭା ସ୍କୁଟି ନଂ- ଓଡ଼ି୩୫-ବି- ୩୪୬୨ ଯୋଗେ ଆଜି ସକାଳ ପ୍ରାୟ ୬ଘଟିକା ୩୦ମିନଟ୍ ସମୟରେ ତାଙ୍କ ଝିଅକୁ ଦେଉଲବେଡ଼ା ସ୍ଥିତ ଡ଼ିଏଭି ସ୍କୁଲକୁ ଛାଡ଼ିବାକୁ ନେଉଥିବା ବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ଓଡ଼ି୦୯-ପି-୨୭୪୩ ଆଲମ ନେଇ ଏମସିଏଲ ଜଳବିଭାଗକୁ ଯାଉଥିବା ଅବସ୍ଥାରେ ତାଙ୍କୁ ପଛପାଖରୁ ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ପଡ଼ି ଗାଡ଼ିର ଚକାତଳେ ପଡ଼ି ଯାଇଥିଲେ ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍କୁଟିର ପଛପାଶ୍ୱର୍ରେ ବସିଥିବା ୪ର୍ଥଶ୍ରେଣୀରେ ଅଧ୍ୟୟନ କରୁଥିବା ତାଙ୍କର କୁନିଝିଅ ଗୁରୁତ୍ୱ ଆହାତ ହୋଇଥିଲେ । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ରୁଣ୍ଢ ହେବା ସହିତ କୁନି ଛୁଆକୁ ତୁରନ୍ତ ମେଡ଼ିକାଲକୁ ନେଇଥିଲେ ଓ ଡ଼ାକ୍ତର ତାଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ୱର ସ୍ଥିତ ଡ଼ାକ୍ତରଖାନା ପଠାଇ ଦେଇଥିବା ଘଟଣା ସ୍ଥାନୀୟ ଲୋକେ ଏହା ପ୍ରକାଶ କରିଛନ୍ତି । ତେବେ ଆଜି ଦିନରେ ମୋ ସ୍ତ୍ରୀ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିବେ ଓ ସକାଳର ସୁରୁଜ ତାଙ୍କ ପାଇଁ ଶେଷ ଦିନ ହେବ ବୋଲି ସ୍ୱାମୀ ତାଙ୍କ କହଭରା କଣ୍ଠରେ କହିବା ସହିତ ମର୍ମାହତ ହୋଇପଡ଼ିଥିଲେ । ଏଘଟଣା ଘଟିବାପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହିତ କ୍ଷତିପୂରଣ ଦାବିରେ ଅଡ଼ି ବସିଥିବା ଜଣାପଡ଼ିଛି ।




