ଉପାନ୍ତ ଅଞ୍ଚଳରେ ଅଚଳ ମୋବାଇଲ ସେବା…..


ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୈଜ୍ଞାନିକ ଯୁଗରେ ଅଚଳ ମୋବାଇଲ ସେବା l l ନାମକୁ ମାତ୍ର 2ଜି ଚାଲୁ କରି 4ମାସ ହେଲାଣି ଅଚଳ ରହିଛି ବି ଏସ ଏନ ଏଲ ଟାୱାର l ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଭଳି ମୌଳିକ ସମସ୍ୟା ଦେଖାଦେଇଛି ବଣ ପାହାଡ଼ ଘେରା ଦୁର୍ଗମ ଆଦିମ ଅଧିବାସୀ ର 6ଖଣ୍ଡ ଗ୍ରାମରେ l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଉପାନ୍ତ ଅଂଚଳ ଗେରି୍ଡିସାହି ରେ ବି ଏସ ଏନ ଏଲ ନେଟୱାର୍କ ସେବା ପାଇଁ ଟାୱାର ବସିଥିଲା l କେଵେକ ଏହି ନେଟୱାର୍କ ରେ 2ଜି ସେବା ଚାଲୁ ରହିଥିଲା l ବର୍ତମାନ ଚାରିମାସହେଲା 2ଜି ନେଟୱାର୍କ ସହିତ ସଂପୂର୍ଣ୍ଣ ବନ୍ଦ ହୋଇ ପଡିଛି l
ଏହି ନେଟୱାର୍କ ଉପରେ ଜିଲ୍ଲାର ମହାଲିକ ପଡା ଗ୍ରାମ ପଂଚାୟତ ର ଗେରିଡି ସାହି, ତଇଲା ସାହି, ଧୂବାସାହି, ଶ୍ରୀପାଜୁ ସହିତ ପଡୋଶୀ ନୟାଗଡ଼ ଜିଲ୍ଲାର ବାଙ୍କଝରି, ଡୁଇସିଙ୍ଗ ଭଳି ଛ ଖଣ୍ଡ ଗ୍ରାମ ର ଜନ ସାଧାରଣ, ଛାତ୍ର ଛାତ୍ରୀ, ରୋଗୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଯୋଗାଯୋଗ ଉପରେ ନିର୍ଭର କରୁଥିଲେ l ଉକ୍ତ ନେଟୱାର୍କ ସେବା ଚାରିମାସ ହେଲା ବର୍ତମାନ ଅଚଳ ହୋଇଯାଇଥିବାରୁ ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଏହି ନେଟୱାର୍କ କୁ ଯଦି ଯଥାଶୀଘ୍ର ଚାଲୁ କରାନଯାଏ ତେବେ ଆମେ ଅଂଚଳବାସୀ ଆଗକୁ ତୀବ୍ର ଆନ୍ଦୋଳନ କରିବୁ ବୋଲି ଅଂଚଳର
ଗୋରେଖ ବେହେରା, ପଞ୍ଚାନନ ବେହେରା,ଇଶ୍ଵର ନାଏକ, ବାମଦେବ ବେହେରା, ସୁମନ୍ତ ସାହୁ ପ୍ରାଣବନ୍ଧୁ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି




