ଜୁନିଅର ରେଡକ୍ରସ ପକ୍ଷରୁ ବନ ମହୋତ୍ସବ ଓ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ..


ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) .ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟ ଲୁଣି ବାହାଲ ଠାରେ ଜୁନିଅର ରେଡକ୍ରସ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜୁନିଅର ରେଡକ୍ରସ ପରାମର୍ଶଦାତା ମାନଙ୍କ ପ୍ରଶିକ୍ଷଣ ଶିବିର ଅବସରରେ ବନ ମହୋତ୍ସବ ଓ ମେଗା ରକ୍ତଦାନ ଶିବିର ଉଦଘାଟିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲୁ ରହିବାକୁ ଥିବା ବେଳେ ଜିଲ୍ଲା ସ୍ତରୀୟ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ର 60ଗୋଟି କ୍ଳଷ୍ଟର ରୁ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ଆଜି ମଙ୍ଗଳବାର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶାନ୍ତି ନିବେଦିତା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି, ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମା ପ୍ରଧାନ, ଜୁନିୟର ରେଡ଼କ୍ରସ ସମ୍ପାଦକ ଆନନ୍ଦ କୁମାର ବେହେରା ଯୋଗ ଦେଇଥିଲେ | ଉଦ୍ଘାଟନୀ ଦିବସରେ ପ୍ରଥମେ ବନ ମହୋତ୍ସବ ଅବସରରେ ଅତିଥିଗଣ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ l ଅନ୍ୟ ପଟେ ମେଗା ରକ୍ତଦାନ ଶିବିର ମୁଖ୍ୟ ଅତିଥି ଶୁଭ ଉଦ୍ଘାଟନ କରି ଥିବା ବେଳେ ସ୍ଵେଛାକୃତ ଭାବେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ପ୍ରଥମେ ରକ୍ତଦାନ କରି ଅନ୍ୟରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ସାଧାରଣ ସଭାରେ ମୁଖ୍ୟ ଅତିଥି ଙ୍କ ସମେତ ସମ୍ମାନିତ ଅତିଥି ଉପସ୍ଥିତ ରହିଥିବା ବେଳେ ଅତିଥି ଗଣ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଛାତ୍ରୀ ଙ୍କ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା l ସମସ୍ତ ଅତିଥି କାର୍ଯ୍ୟକ୍ରମ ଉପରେ ନିଜ ମତ ପ୍ରକାଶ କରିଥିଲେ l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସଚେତନତା ଧର୍ମୀ କ୍ଷୁଦ୍ର ନାଟକ “ରକ୍ତ ଦାତା ” ସମସ୍ତ ଙ୍କୁ ଏକ ନୂଆ ଦିଶା ଦେଖାଇ ଥିବା ବେଳେ ରକ୍ତଦାନ କରିଥିବା ରକ୍ତ ଦାତା ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନ ପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇ ଥିଲା l ମେଗା ରକ୍ତଦାନ ଶିବିରରେ ପ୍ରାୟ 200ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଥିବା ବେଳେ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l




