ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ଅବସର ଗ୍ରହଣ ଉପଲକ୍ଷେ ବିଦାୟକାଳୀନ ସଭା -୨୦୨୫ ଅନୁଷ୍ଠିତ


ଢେଙ୍କାନାଳ: ତା.୦୧.୦୭.୨୦୨୫ରିଖ:( ) ନିକଟରେ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ଅବସର ଗ୍ରହଣ ଉପଲକ୍ଷେ ବିଦାୟକାଳୀନ ସଭା -୨୦୨୫ ବିଦ୍ୟାଳୟ ପରିସରରେ ଥିବା ସଭାମଞ୍ଚରେ ଅପରାହ୍ଣ ୨ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡା,ପ୍ରାକ୍ତନ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେଵୀ ପ୍ରସାଦ ମିଶ୍ର,ପ୍ରାକ୍ତନ ଛାତ୍ର ତଥା ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଢ଼େଙ୍କାନାଳର କଳା ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,ବରିଷ୍ଠା ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ, ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ ।ସଭାପତି ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ) ସ୍ଵୀୟ ଅଭିଭାଷଣରେ ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ଅବସର ପରେ ମଧ୍ୟ ସେ ମହାଶୟ ତାଙ୍କର ଭୂଗୋଳ ଓ ଗଣିତ ବିଷୟରେ ପ୍ରାୟ ୩୭ ବର୍ଷର ଦୀର୍ଘ ଅଭିଜ୍ଞତାକୁ ଭିତ୍ତିକରି ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ଶ୍ରେଣୀର ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ଓ ସହ ଶୈକ୍ଷିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ସମ୍ଭବ ହୋଇ ପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ।ଶ୍ରୀଯୁକ୍ତ ଦଳେଇ ବିଦାୟୀ ବରିଷ୍ଠ ସର୍ବୋତ୍ତମ ଶିକ୍ଷକ ଭାବରେ ଯେଉଁ ପ୍ରଦର୍ଶନ କରି ଯାଇଛନ୍ତି ତାହା ଅଭୂତପୂର୍ବ ଓ ଏହାକୁ ଶେଷ ଜୀବନ ପର୍ଯ୍ୟନ୍ତ ଅବ୍ୟାହତ ରଖିବାକୁ ଦୃଢ଼ ଆଶା ପୋଷଣ କରିଥିଲେ। ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ସ୍ୱାଗତ ଭାଷଣ,ସଭାର ଉଦ୍ଦେଶ୍ୟ ଜ୍ଞାପନ,ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିବା ସଙ୍ଗେ ସଙ୍ଗେ ସ୍ଵୀୟ ଅଭିଭାଷଣରେ ବିଦାୟୀ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ସାରଙ୍କ ସମ୍ପର୍କରେ ତଥ୍ୟବହୁଳ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରୁ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡା,ପ୍ରାକ୍ତନ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା. ଦେଵୀ ପ୍ରସାଦ ମିଶ୍ର,ପ୍ରାକ୍ତନ ଛାତ୍ର ତଥା ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ,ଢ଼େଙ୍କାନାଳର କଳା ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,ସୁଶ୍ରୀ ସାଗରିକାସ୍ୱାଇଁ,ସାଇସ୍ନେହା ବେହେରା,ପ୍ରଜ୍ଞା ପ୍ରିୟଦର୍ଶିନୀ ରାଉତ୍ ରାୟ,ଶ୍ରେୟାଂଶୀ ସାମଲ,ଶ୍ରୀଦୀପ୍ତା ବେହେରା,ଶ୍ରେୟାନନ୍ସ ନସ୍କର,କ୍ରୀଷ୍ଣା ଅର୍ଚ୍ଚିତା ରାଉଳ ପ୍ରମୁଖ ଉପସ୍ଥିତ ଅନେକ ଛାତ୍ରୀ,ଛାତ୍ର,ବରିଷ୍ଠା ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସହକାରୀ ଶିକ୍ଷୟିତ୍ରୀ କଲ୍ୟାଣୀ ବଡ଼ଜେନାଙ୍କ ସ୍ୱରଚିତ ହୃଦୟସ୍ପର୍ଶୀ,ମନଛୁଆଁ ସୁମଧୁର ସଙ୍ଗୀତ ଗାନ,ବକ୍ତବ୍ୟରେ ଓ ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ରଙ୍କର ସୁମଧୁର ଶ୍ଲୋକ ଆବୃତ୍ତି, ସଙ୍ଗୀତ ଗାନ ଓ ବକ୍ତବ୍ୟ ମାଧ୍ୟମରେ ବିଦାୟୀ ବରିଷ୍ଠ ଶିକ୍ଷକଙ୍କ ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିଥିଲେ ଯାହାକି ବେଶ୍ ମନଛୁଆଁ ଓ ହୃଦୟସ୍ପର୍ଶୀ ହୋଇପାରିଥିଲା।ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ନୂତନ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କର ଆନ୍ତରିକ ପ୍ରଚେଷ୍ଟା,ମାର୍ଗଦର୍ଶନ,ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା ଦେବୀ ପ୍ରସାଦ ମିଶ୍ର ଓ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ସାର୍ ଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ସମ୍ମିଳିତ ନିଷ୍ଠାପର ଉଦ୍ୟମ ତଥା ସହଯୋଗିତାରେ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସମର ଶକ୍ଷାର୍ଥୀ ଜଳ,ସ୍ଥଳ,ଆକାଶ ବାହିନୀ (ବାଳକ,ବାଳିକା),ସ୍କାଉଟ୍ ଗାଇଡ,ରେଡ୍ କ୍ରସ, ଷ୍ଟୁଡେଣ୍ଟ୍ ପୋଲିସ୍ କ୍ୟାଡେଟ୍,ମୋ ସ୍କୁଲ୍ ଅଭିଯାନ,ପାଞ୍ଚ ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ, ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ ଅଭିଯାନ,ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକ୍ରମ, ପି ଏମ୍ ଶ୍ରୀ ଓ ଐତିହ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ,ବାଜିରାଉତ ଶିଶୁ ଉଦ୍ୟାନ,ଔଷଧୀୟ ଉଦ୍ୟାନ,ପଞ୍ଚସଖା ମୁକ୍ତ ବନ ବିଦ୍ୟାଳୟ,ବିଜ୍ଞାନ ଲ୍ୟାବ୍,ପ୍ରୋଜେକ୍ଟର ଥିବା ବିଜ୍ଞାନ ଗ୍ୟାଲେରୀ,ବିଜ୍ଞାନ ଷ୍ଟୋର,ମିନି ସାଇନ୍ସ ସେଣ୍ଟର୍, ଅଟଳ ଟିଙ୍କରିଂ ଲ୍ୟାଵ୍,ଇ -ଲାଇବ୍ରେରୀ,ଡିଜିଟାଲ୍ ଲାଇବ୍ରେରୀ, ଲାଇବ୍ରେରୀ ଷ୍ଟକ୍ ରୁମ୍,ଧନ୍ଦାମୂଳକ ଶିକ୍ଷା ହିସାବରେ ଆଇସିଟି, ଅଟୋମୋଟିଭ,ଏ ଆର୍,ଭିଆର୍ ଲ୍ୟାବ୍,ଇଣ୍ଟର୍ ଆକ୍ଟିଭ ପ୍ୟାନେଲ୍ ଓ ପୋଡ଼ିୟମ ଥିବା ସ୍ମାର୍ଟ୍ ଶ୍ରେଣୀ ଗୃହ,ଇନ୍ ଡୋର୍ କ୍ରୀଡ଼ା ପ୍ରକୋଷ୍ଠ,କ୍ରୀଡ଼ାଙ୍ଗନର ବହୁବିଧ ବ୍ୟବସ୍ଥାସବୁକୁ ତ୍ଵରାନିତ କରି ସମ୍ପୂର୍ଣ୍ଣ କରାଯାଇଥିଲା । ସମସ୍ତ ବକ୍ତାଗଣ ତାଙ୍କର ବହୁବିଧ ସୁଗୁଣାବଳୀ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଏହା ସମସ୍ତଙ୍କ ପାଇଁ ପଥପ୍ରଦର୍ଶକ ହେଉ ଓ ସେ ବିଦ୍ୟାଳୟକୁ ଆସି ପୂର୍ବପରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଦୃଢ ଆଶାପୋଷଣ କରିଥିଲେ । ହେ ଶିକ୍ଷାଗୁରୁ ! ୧୯୮୮ ମସିହା ଫ୍ରେବୃୟାରୀ ମାସ ୦୧ ତାରିଖରୁ ରୁ ୨୦୨୫ ମସିହା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ପ୍ରାୟ ଦୀର୍ଘ ୩୭ ବର୍ଷ ୦୪ ମାସ କାଳ ସହକାରୀ ଭୂଗୋଳ ଓ ଗଣିତ ବିଷୟ ଶିକ୍ଷାଦାନ କରୁଥିବା ବାଣିଜ୍ୟ ଶିକ୍ଷାଧାରୀ କଳା ଶିକ୍ଷକ ଭାବରେ ଏହି ମହାନ ଶତାୟୁ ଅନୁଷ୍ଠାନରେ ଅବସ୍ଥାନ କରି ଏହାର ସେବାରେ ନିଜକୁ ନିୟୋଜିତ କରି,ଆଜି ଅବସର ଗ୍ରହଣ କରୁଛନ୍ତି ବୋଲି ସମସ୍ତେ ଦୃଢ଼ ମତପ୍ରକାଶ କରିଥିଲେ। ସମସ୍ତେ ସ୍ଵୀୟ ଅଭିଭାଷଣରେ ବିଦାୟୀ ବରିଷ୍ଠ ଶିକ୍ଷକଙ୍କ ସଫଳ ଶିକ୍ଷା ଜୀବନର ଅବିସ୍ମରଣୀୟ ସ୍ମୃତିରାଜିକୁ ରୋମନ୍ଥନ କରିବା ସଙ୍ଗେ ସଂଗେ ତାଙ୍କର ସମୟାନୁବର୍ତ୍ତିତା,ନିଷ୍ଠାପରତା, କର୍ତ୍ତବ୍ୟପରାୟଣତା,ଶିଷ୍ୟବତ୍ସଳତା,ସହନଶୀଳତା ଓ ସର୍ବଜନପ୍ରିୟତା ଭଳି ଜଣେ ସଫଳ ବରିଷ୍ଠ ଶିକ୍ଷକଙ୍କର ସମସ୍ତ ସୁଗୁଣାବଳୀର ସର୍ବଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ମତପ୍ରକାଶ କରିଥିଲେ।ସରକାରୀ ଚାକିରୀରୁ ଅବସର ଗ୍ରହଣକୁ ଏକ ନିଷ୍ଠୁର ବାସ୍ତବତା ଭାବରେ ଗ୍ରହଣ କରି ଅବଶିଷ୍ଟ ଜୀବନର ଚଲାପଥକୁ କୁସୁମିତ କରି ସଫଳଶିକ୍ଷା ପ୍ରସାରରେ ବ୍ରତୀ ହୋଇ ସମାଜର ବହୁମୂଲ୍ୟ ସେବାରେ ନିଜକୁ ସମର୍ପିତ କରିବାକୁ ସମସ୍ତ ବକ୍ତାଗଣ ଦୃଢ଼ ଆଶାପୋଷଣ ଜରିଥିଲେ।ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ,ବିଦ୍ୟାଳୟର ସମସ୍ତ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ।ସମସ୍ତେ ସ୍ଵୀୟ ବକ୍ତବ୍ୟରେ ବିଦାୟୀ ବରିଷ୍ଠ ଶିକ୍ଷକଙ୍କ ସହିତ ସୁମଧୁର ସମ୍ପର୍କର ସ୍ମୃତିଚାରଣ କରି ସେ ସୁଶିକ୍ଷକ ହେବାର ସମସ୍ତ ଗୁଣାବଳୀର ଅନନ୍ୟ ସମାହାର ବୋଲି ବର୍ଣ୍ଣନା କରିଥିଲେ ଓ ତାଙ୍କର ଦୀର୍ଘ ନିରାମୟ ସଫଳ ଜୀବନ କାମନା କରିଥିଲେ। “ ନହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ” ଅର୍ଥାତ୍ ଜଗତରେ ଜ୍ଞାନ ସମାନ ପବିତ୍ର କିଛି ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ନିସୃତ ଏହି ପବିତ୍ର ଗୀତାର ବାଣୀକୁ କାର୍ଯ୍ୟରେ ପରିଣତ କରିବାରେ ଆପଣ ସୁନିପୁଣ। ଅସାଧାରଣ ପାଣ୍ଡିତ୍ୟ,ପରିବ୍ୟାପ୍ତ ବୌଦ୍ଧିକତା,ନୀତି ମାନ୍ୟତା,ଅନୁକମ୍ପାଭରା ଉନ୍ମୁଖ ହୃଦୟ,ପ୍ରଶଂସା ପ୍ରତି ଅନାସକ୍ତଭାବ,ନିରପେକ୍ଷ ବିଚାରଧାରା ଆପଣଙ୍କ କର୍ମମୟ ଜୀବନକୁ ଗୌରବ ମଣ୍ଡିତ କରିପାରିଛି ବୋଲି ସମସ୍ତେ ଦୃଢ଼ ମତପୋଷଣ କରିଥଲେ। ଆପଣଙ୍କ ନିରବଚ୍ଛିନ୍ନ ସେବା ଓ ତ୍ୟାଗ ପାଇଁ ଆମେ ଆଜି ଗର୍ବିତ। ଆପଣଙ୍କର ସାଧନା ବର୍ତ୍ତମାନ ଓ ଭବିଷ୍ୟତ ବଂଶଧରଙ୍କ ପାଇଁ ପ୍ରେରଣାର ଉତ୍ସ।ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ,ସମୟାନୁବର୍ତ୍ତୀ ଓ ଛାତ୍ରବତ୍ସଳା ବରିଷ୍ଠ ଶିକ୍ଷକ ଭାବରେ ଆପଣ ସୁପରିଚିତ।ଆପଣଙ୍କ ଶିକ୍ଷାଦାନ ଆଜି ଅଗଣିତ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଗଢି ତୋଳିବାରେ ସହାୟକ ହୋଇଥିବାରୁ ଅଭିଭାବକ ଓ ଶିକ୍ଷକ ସମାଜ ଆପଣଙ୍କ ପାଇଁ ଗର୍ବିତ ଓ ଗୌରବାନ୍ବିତ।ଆଦର୍ଶ ନାଗରିକ ଗଢି ତୋଳିବାର ମନୋଭାବ ନେଇ ଆପଣ ଯେଉଁ ଆସନ୍ତା କାଲିର ନାଗରିକ ମାନଙ୍କୁ ଗଢିତୋଳିବାରେ ସହାୟକ ହୋଇଛନ୍ତି। ଆପଣ ଜଣେ କେବଳ ବରିଷ୍ଠ ଶିକ୍ଷକ ନୁହନ୍ତି,ବରଂ ଏକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ। ଆପଣଙ୍କ କର୍ମନିଷ୍ଠା,ଅଥବସାୟ ଏବଂ ମହତ୍ ଆକାଂକ୍ଷା ଫଳରେ ଆପଣ ଜଣେ ସୁନାମଧନ୍ୟ ବରିଷ୍ଠ ଶିକ୍ଷକ ଭାବରେ ବହୁ ଶିକ୍ଷା ଓ ସମାଜ କଲ୍ୟାଣ ମୂଳକ କାର୍ଯ୍ୟରେ ଜଡିତ ରହି ଅନେକ ଜନହିତକର କାର୍ଯ୍ୟ କରୁଛନ୍ତି।ଆପଣଙ୍କୁ ଆପଣଙ୍କ କାର୍ଯ୍ୟକଳାପ ନିମନ୍ତେ ସମ୍ମାନ ଜଣାଇ ସମ୍ଵର୍ଦ୍ଧିତ କରିବାରେ ଆମ ଅନୁଷ୍ଠାନର ସମସ୍ତେ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ସେଥିପାଇଁ ଆମେ ସମସ୍ତେ ଆପଣଙ୍କ ନିକଟରେ ଚିରୠଣୀ। ବିଦାୟୀ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ସ୍ଵୀୟ ବିଦାୟକାଳୀନ ବକ୍ତବ୍ୟରେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ଏ ଶତାୟୁ ବିଦ୍ୟାଳୟ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶିକ୍ଷା କ୍ଷେତ୍ରରେ ତାଙ୍କର ସୁମଧୁର ସ୍ମୃତିରାଜି ଚିର ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ। ବିଦ୍ୟାଳୟର ତାଙ୍କର ଅତିପ୍ରିୟ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ମଞ୍ଚାସୀନ ଅତିଥି ବୃନ୍ଦ ଓ ଅବସର ଗ୍ରହଣ କରୁଥିବା ବିଦାୟୀ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମହାଶୟା ! ଆଦର୍ଶବାଦର ନିଖୁଣ ଚିତ୍ରଟିଏ ଆପଣ,ଏ ଶତାୟୁ ବିଦ୍ୟାଳୟର ଗୋଡି ମାଟି ପାଣି ପବନ ଆପଣଙ୍କର ଅତୀବ ପ୍ରିୟ ଏହା ନିଃସନ୍ଦେହ ।ଦେବୀଙ୍କ ପ୍ରସାଦରେ ପତ୍ରହୀନ ବୃକ୍ଷ ପଲ୍ଲବିତ ହେବାପରି ଆପଣଙ୍କର ଅଦମ୍ୟ ଚେଷ୍ଟା,ଆନ୍ତରିକ ନିଷ୍ଠା ଓ ଉଦ୍ୟମ ଏ ଶତାୟୁ ଅନୁଷ୍ଠାନର ସୁନାମ ବୃଦ୍ଧିରେ ହୋଇପାରିଛି,ବେଶ୍ ଫଳପ୍ରସୂ।ଆପଣଙ୍କର ସାମାଳିକ ସଂପର୍କ,ବିଭିନ୍ନ କାର୍ଯ୍ୟାବଳୀ,ଅକୁଣ୍ଠିତ ସେବା, ତ୍ୟାଗ, ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଜଣେ କୁଶଳୀ କର୍ମବୀରା,ସରଳା,ନିଷ୍କପଟ,ଅନାବିଳ ଛାତ୍ରୀ,ଛାତ୍ର ବତ୍ସଳତାର ଏକ ମୂର୍ତିମନ୍ତ ପ୍ରତୀକ ଆପଣ। ବିଦ୍ୟାଳୟର ଉନ୍ନତି କଳ୍ପେ ଆପଣଙ୍କର ଅବଦାନ ଅଭିନନ୍ଦନୀୟ।ଆପଣଙ୍କର ଦୀର୍ଘ ବର୍ଷର କର୍ମନିଷ୍ଠ,କର୍ତ୍ତବ୍ୟପରାୟଣତା,ଶିକ୍ଷାଦାନ ଶୈଳୀର କାଉଁରୀ ସ୍ପର୍ଶ ଆମ୍ଭମାନଙ୍କ ହୃଦୟରେ ଆଦର୍ଶବୋଧର ଅତ୍ୟୁଚ୍ଚ ସୌଧ ନିର୍ମାଣ କରିବାରେ ହୋଇଛି ବେଶ୍ ସହାୟକ।ଜଣେ ସବୁ କ୍ଷେତ୍ରରେ ସଫଳ ବରିଷ୍ଠ ଶିକ୍ଷକର ମାଧୁର୍ଯ୍ୟ ପ୍ରୟୋଗରେ ଅନେକ ନିଖୁଣ ଚରିତ୍ର ଗଢିବାରେ ଆପଣ ସିଦ୍ଧହସ୍ତ।ଓଡ଼ିଶା ସରକାରଙ୍କ ଶିକ୍ଷା ଦ୍ବାରା ପ୍ରଦତ୍ତ ସମସ୍ତ କାର୍ଯ୍ୟକୁ ଆପଣ ଅକୁଣ୍ଠିତ ଚିତ୍ତରେ ସୁଚାରୁରୂପେ ସଂପାଦନ କରି ବିଦ୍ୟାଳୟର ଗୌରବ ବୃଦ୍ଧିକରି ହୋଇଛନ୍ତି ସମସ୍ତଙ୍କର ପ୍ରିୟପାତ୍ର।ଆପଣଙ୍କ ପରି ଜଣେ ମହାନ ପ୍ରତିଭା ସଂପନ୍ନ ବରିଷ୍ଠ ଶିକ୍ଷକଙ୍କୁ ସମ୍ଵର୍ଦ୍ଧିତ କରି ଆମ୍ଭ ବିଦ୍ୟାଳୟ ଆଜି ଗୌରବାନ୍ବିତ। ହେ ମହାମାନ୍ୟ ଆପଣଙ୍କ ସଂପର୍କରେ ଯେତେ କହିଲେବି କମ୍ ହେବ। ଏ ବିଦ୍ୟାଳୟ ପ୍ରତି ଆପଣଙ୍କର ସ୍ନେହ ଓ ଭଲପାଇବା ଅତୁଟ ରହିବ ବୋଲି ଆମ୍ଭର ବିଶ୍ବାସ। ଆଜିର ଏ ଅବିସ୍ମରଣୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଆପଣଙ୍କୁ ହୃଦୟର ନିଭୃତ କୋଣରୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କାରିବା ସହ ଆପଣଙ୍କର ପରବର୍ତ୍ତୀ ଜୀବନ ସୁଦୀର୍ଘ,ସୁସ୍ଥ,ନିରାମୟ ହେଉ ଏହାହିଁ ଜଗତରନାଥ ଜଗନ୍ନାଥଙ୍କ ପଦାରବିନ୍ଦରେ ପ୍ରାର୍ଥନା ।ପରିଶେଷରେ ବିଦ୍ୟାଳୟ ଛୁଟି ପରେ ସମସ୍ତ ଉପସ୍ଥିତ ଛାତ୍ରୀ,ଛାତ୍ର ବିଦାୟୀ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ସାର୍ ଙ୍କୁ ପ୍ରଣାମ କରି,ତାଙ୍କଠାରୁ ନିଜ ଖାତାରେ ଦସ୍ତଖତ ସଂଗ୍ରହ କରିବା ପରେ ମଧ୍ୟ ଅବସରର ଦୁଃଖକୁ ଭୁଲି ନପାରି ଅଶ୍ରୁପୂର୍ଣ୍ଣ ନୟନରେ ଗୁରୁଆଶୀର୍ବାଦ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠା ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,ଭୂପେନ୍ଦ୍ର ସିଂ ମାଝୀ,କିରଣ କଣ୍ଟା,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନସାହୁ,ଭୋକେସନାଲ୍ ଟ୍ରେନର ଶୁଭଶ୍ରୀ ଶୁଭସ୍ମିତା ରାଉତ ଓ ଅଟୋମୋଟିଭ ଟ୍ରେନର ସୁଜିତ ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ଦୁଃଖପୂର୍ଣ୍ଣ ଆବେଗ ଭରା ବିଦାୟ ସଙ୍ଗୀତ ଗାନ କରିଥିଲେ ଯାହାକି ପରିବେଶକୁ ଶୋକାକୁଳ କରିଥିଲା।ପରିଶେଷରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ମଞ୍ଚାସୀନ ସଭାପତି,ଅତିଥି ବୃନ୍ଦ, ବିଦ୍ୟାଳୟର ଶିକ୍ଷୟିତ୍ରୀ,ଶିକ୍ଷକବୃନ୍ଦ,କର୍ମଚାରୀ ବୃନ୍ଦ ଓ ଉପସ୍ଥିତ ସମସ୍ତ ଛାତ୍ରୀ,ଛାତ୍ର ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା ଓ ସମସ୍ତେ ମିଶି ବିଦାୟୀ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ବାସଭବନକୁ ଯାଇ ତାଙ୍କୁ ତାଙ୍କର ସ୍ୱଗୃହରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ





