Breaking News

ନୂଆଁପାଲି ହାଇସ୍କୁଲରେ ସେବା ନିବୃତ୍ତ ସମ୍ବର୍ଦ୍ଧନା ସମାରୋହ,

ବର୍ତ୍ତମାନ ହାଇସ୍କୁଲର ଶିକ୍ଷକଙ୍କ ଅବସର ଏକ ବିରାଟ ସମସ୍ୟା – ସ୍କୁଲ କମିଟି ସଭାପତି

କଣ୍ଟାମାଳ: -୩୦/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ): ବର୍ତ୍ତମାନ ହାଇସ୍କୁଲମାନଙ୍କରେ ଶିକ୍ଷକଙ୍କ ଅବସର ଅନୁଷ୍ଠାନ ପାଇଁ ବିରାଟ ସମସ୍ୟା ବୋଲି ଏକ ଭାବ ବିହ୍ୱଳ ପରିବେଶରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ କୁଲୁତାଯୋର ପଞ୍ଚାୟତର ନୂଆଁପାଲିସ୍ଥିତ ଆଦିବାସୀ ଉଚ୍ଚବିଦ୍ୟାଳୟର ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଯୋଗ ଦେଇ ସ୍କୁଲ ପରିଚାଳନା କମିଟୀ ସଭାପତି ଶ୍ରୀ କରୁଣାକର ସାହୁ ଦୁଃଖର ସହିତ ପ୍ରକାଶ କରିଛନ୍ତି ଏବଂ ଶିକ୍ଷକଙ୍କ ଅବସର ଯେତେ ଦୁଃଖିତ କରିଛି ତାଠୁ ଅଧିକ ମର୍ମାହତ କରିଛି ୫୦୦ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ତେଣୁ ଶିକ୍ଷା ଅଧିକାରୀଏଥିପ୍ରତି ଦୃଷ୍ଟି ଦେଇ ଶିଘ୍ର ଏକ ଶିକ୍ଷକ ନିଯୁକ୍ତି ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସେବା ନୃବୃତ୍ତ ସମ୍ୱର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କରୁଣାକର ସାହୁଙ୍କ ସମେତ ଉପଦେଷ୍ଟା ଦିବ୍ୟାଶଙ୍କର ରାଉତ, ଶିକ୍ଷକ ନେତା ନୀଳାଞ୍ଚଳ ଭୋଇ, ବିଦାୟୀ ସହକାରୀ ଶିକ୍ଷକ ଜବରସିଂ ବନଛୋର, କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ପ୍ରମୁଖ ମଞ୍ଚାସିନ ଥିଲେ l ମଞ୍ଚାସିନ ସମସ୍ତ ଅତିଥିବୃନ୍ଦ ସହକାରୀ ଶିକ୍ଷକ ଶ୍ରୀ ବନଛୋରଙ୍କ ଶିକ୍ଷକ,ଶିକ୍ଷକତା ଓ ଶିକ୍ଷାଦାନକ ଉପରେ ମତ ରଖିଥିଲେ ଏବଂ ପରବର୍ତ୍ତୀ କର୍ମମୟ ଜୀବନର ଉତ୍ତରତ୍ତୋର କାମନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ସେହିପରି ସହକାରୀ ଶିକ୍ଷକ, ଛାତ୍ରଛାତ୍ରୀ, ପରିଚାଳନା କମିଟି, ପୂର୍ବତନ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଅଞ୍ଚଳବାସୀ ବିଭିନ୍ନ ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇବା ସହିତ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ କାମନା କରାଯାଇଥିଲା l ଶେଷରେ ଶତାଧିକ ଛାତ୍ରଛାତ୍ରୀ, ଗ୍ରାମବାସୀ,ସମସ୍ତ ଶିକ୍ଷକ ଏକ ବିରାଟ ପଟୁଆରରେ ଶୋକାକୁଳ ପରିବେଶରେ ବିଦାୟ ଦେଇଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’

Related Articles

Back to top button