Breaking News

ଶାନ୍ତି କୁଟୀର ମଠ ରଥ ଅମରା ବତୀ ରେ ପହଁଚିଲା

ଛତିଆ କମ୍ପାନୀ ବଜାର ସ୍ଥିତ ଶାନ୍ତି କୁଟୀର (ନନା ଟୁଙ୍ଗି )ମଠ ରଥ ଆଜି ଅପରାହ୍ନ 3ଟାରେ ମଙ୍ଗଳ ଆଳତି 4ଟାରେ ପହଣ୍ଡି ବିଜେ ଓ ଛେରା ପହଁରା ହୋଇଥିଲା, ଉକ୍ତ ରଥ ଯାତ୍ରା ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଗଜେନ୍ଦ୍ର ସେଣ୍ଡ ଙ୍କ ଦାୟାଦ ସର୍ବେଶ ସେଣ୍ଡ,ରଥରେ ଛେରା ପହଁରା କରିଥିଲେ,ସହ ସହ ଭକ୍ତ ଙ୍କ ହରିବୋଲ ହୁଳହୁଳିଧୋନି ରେ ଛତିଆ ବଡ଼ ଦାଣ୍ଡ ଉଛୁଳି ପଡିଥିଲା, ପୂଜକ ସନ୍ତୋଷ ପାଢ଼ୀ ଭୋଗ ଆଳତି କରିଥିଲେ, ମୁନା ମହାରଣା ଡାହୁକ ଭାବରେ ଦାୟିତ୍ୱ ତୁଲାଇଥିଲେ, ବିଶ୍ୱ କର୍ମା ପ୍ରଭାତ ଓଝା କମିଟି ସଦସ୍ୟ ରବୀନ୍ଦ୍ର ନାଥ ସନାତନ ସାହୁ ଶିଶିର ନାଥକରୁଣାକର ରାଉଳ ତ୍ରିଲୋଚନ ସେଣ୍ଡ ଜିତେନ୍ଦ୍ର ବେହେରା ତ୍ରିଲୋଚନ ବାରିକ ବଳରାମ ସିଂହ ବିପନ ବେହେରା ଢୁକୁନି ସେଠି ଲଷ୍ମୀଧର ବେହେରା ସତ୍ୟଜିତ ସାମଲ ଇଞ୍ଜିନିଅର ସିଦ୍ଧାର୍ଥ ଶଙ୍କର ସେଣ୍ଡ ଓ ସେଣ୍ଡ ପରିବାରର ଅନ୍ୟ ସମସ୍ତ ସଦସ୍ୟ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ, ବୈରୀ ଥାନା ଓ ଛତିଆ ଫାଣ୍ଡି ପୋଲିସ, ସଦଳ ବଳେ ରଥ ଟଣା ପାଖରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ,ସନ୍ଧ୍ୟା 7ଟା ସୁଦ୍ଧା ଅମରା ବତୀ ମଠ ମାଉସୀ ମା ମନ୍ଦିର ରେ ରଥ ପହଂଚି ଥିଲା

Related Articles

Back to top button