Breaking News
ମା ସନ୍ତୋଷୀ ମନ୍ଦିର ଶିଳାନ୍ୟାସ


ବୈରୀ-ଅମିୟଝରୀ ମଧ୍ୟ ସ୍ଥଳ ମା ତାରିଣୀ ପିଠରେ ଆଜି ପବିତ୍ର ଶ୍ରୀ ଗୁଣ୍ଡିଚା ରେ ଏକ ମା ସନ୍ତୋଷୀ ମନ୍ଦିର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା।ମନ୍ଦିର ପୂଜକ ପଣ୍ଡିତ ଶ୍ରୀଯୁକ୍ତ ପ୍ରକାଶ ମିଶ୍ର ଙ୍କ ସମେତ କର୍ତ୍ତା ଭାବରେ ଜୟରାମ ନାୟକ ଓ ତାଙ୍କ ସହଧର୍ମୀଣୀ ସସ୍ମିତା ନାୟକ ଉପସ୍ଥିତ ଥିଲେ।ଶିଳ୍ପୀ ପ୍ରଦିପ୍ତ ନାଥ ଙ୍କୁ ନୂତନ ମନ୍ଦିର ନିର୍ମାଣ ଲାଗି ନିଯୁକ୍ତି କରାଯାଇଛି।ଭକ୍ତ ମାନଙ୍କ ଭାବାବେଗ ଓ ଦାବି ନେଇ ସନ୍ତୋଷୀ ମା ମନ୍ଦିର ନିର୍ମାଣ ଆଜି ବିଧିବଦ୍ଧ ପ୍ରସ୍ତୁତି ହୋଇ ଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦର ଲହଡି ଖେଳି ଯାଇଛି।ପରିଚାଳନା କମିଟି ପକ୍ଷରୁ ପ୍ରମୋଦ ସାହୁ,ବରଦା ପ୍ରସନ୍ନ ସାମଲ,ଶିଶିର ବିଶ୍ବାଳ,ଦେବକି ନନ୍ଦନ ବିଶ୍ବାଳ,ବିଶ୍ବନାଥ ସ୍ୱାଇଁ,କାର୍ତ୍ତିକ ଚନ୍ଦ୍ର ବିଶ୍ବାଳ,ଚଗଲା ସାମଲ ,ପ୍ରଦିପ୍ତ ବିଶ୍ବାଳ ଗୌରବ କନଷ୍ଟ୍ରକସନ୍ ପକ୍ଷରୁ ଖଗେଶ୍ବର ପଣ୍ଡା ଏବଂ ସବ୍ୟସାଚୀ ବେହେରା ସହଯୋଗ କରିଥିଲେ।




