Breaking News

ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦୁଇ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା।


ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପୃଷ୍ଟି ଓ ଶିକ୍ଷୟିତ୍ରୀ ନିରୁପମା ନାୟକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ର ସଭା ଗୃହ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତା ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ଅତିରିକ୍ତ ଶିକ୍ଷା ଅଧିକାରୀ ରକ୍ତିକାନ୍ତ ସାମଲ, ଆର୍ତ୍ତତ୍ରାଣ ପୃଷ୍ଟି, ଅବସର ପ୍ରାପ୍ତ ହାଡ଼ିଦାସ ମହାବିଦ୍ୟାଳୟ ର ଅଦକ୍ଷ ରବୀନ୍ଦ୍ର ସାମଲ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା, ନିତ୍ୟାନନ୍ଦ ପ୍ରଧାନ, ସମାଜସେବୀକା କୁମାରୀ ଅପର୍ଣ୍ଣା ଦେବୀ, ଅବସର ପ୍ରାପ୍ତ ଶିକ୍ଷକ ଧିରେନ ମହାପାତ୍ର, ସିଆରସି କିର୍ତ୍ତୀ ଚନ୍ଦ୍ର ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅକ୍ଷୟ ପଣ୍ଡା ପ୍ରମୁଖ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ପୃଷ୍ଟି, ଶିକ୍ଷୟିତ୍ରୀ ନିରୁପମା ନାୟକ ଙ୍କ ଗୁଣ ଗାନ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନସୀ ମିଶ୍ର, ଗଗନ ବିହାରୀ ପଣ୍ଡା ହରପ୍ରିୟା ବିଶ୍ୱାଳ, ତରୁଲତା କର, ସବିତା ବାରିକ, ଗୀତାଞ୍ଜଳି ରାଉତରାୟ, ବିଜୟଲଷ୍ମୀ ବେହେରା ପ୍ରମୁଖ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କର ବିଦ୍ୟାଳୟ ରେ କାଯ୍ୟଧାରା ସମ୍ପର୍କ ରେ ବର୍ଣ୍ଣନା କରିଥିଲେ। ଶିକ୍ଷକ ରଶ୍ମିରଂଜନ ଷେଣ୍ଢ ସ୍ୱାଗତ ଭାଷଣ ଦେଇଥିବା ବେଳେ ମାନସୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ନାରାୟଣ ପ୍ରଧାନ ଓ ରଶ୍ମି ରଞ୍ଜନ ଷେଣ୍ଢ ମାନପତ୍ର ପାଠ କରିଥିଲେ। ଦୁଇ ଅବସର ପ୍ରଧାନ ଶିକ୍ଷକ ଅଶୋକ କୁମାର ପୃଷ୍ଟି ଓ ଶିକ୍ଷୟିତ୍ରୀ ନିରୁପମା ନାୟକ ବିଦାୟ କାଳୀନ ବକ୍ତବ୍ୟ ଦେଇ ସମସ୍ତଙ୍କ ଉନ୍ନତି ଓ ଆଗାମୀ ଦିନରେ ବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ରୀନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button