Breaking News

RSS ର ଶତବାର୍ଷିକ ପୂର୍ତ୍ତି ପାଳନ ଯୋଜନା l

ହରଭଙ୍ଗା=( ଚିତ୍ତରଞ୍ଜନ ସିଂହ)
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର 100 ବର୍ଷ ପୂର୍ତ୍ତି ଉପଲେକ୍ଷେ ହରଭଙ୍ଗା ଖଣ୍ଡ ର ବାର୍ଷିକ ଯୋଜନା ବୈଠକ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣାକଟକ ରେ ଜ଼ିଲ୍ଲା ସଂଘଚlଳକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଦଳବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି l ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀମାନ ଦେବବ୍ରତ ପାଣିଗ୍ରାହୀ ସଂଘ ଶତାବ୍ଦୀ ଦୃଷ୍ଟିରୁ ବିଚାର ରଖିଥିଲେ l ସଂଘ ର 7 ଟି ପ୍ରମୁଖ କାର୍ଯ୍ୟକ୍ରମ କୁ ବିସ୍ତାର ଭାବରେ କିଭଳି ପାଳନ କରାଯିବ ସମସ୍ତଙ୍କୁ ଅବଗତ କରାଇଥିଲେ l ବିଜୟା ଦଶମୀ କାର୍ଯ୍ୟକ୍ରମ,ଗୃହ ସମ୍ପର୍କ ଅଭିଯାନ,ପ୍ରତ୍ୟେକ ମଣ୍ଡଳ ରେ ହିନ୍ଦୁ ସମ୍ମିଳନୀ,ପ୍ରମୁଖ ଜନ ସଂଗୋଷ୍ଠୀ,ପ୍ରତ୍ୟେକ ନଗର ରେ ସଦଭାବନା ବୈଠକ,ଯୁବ ସମ୍ମିଳନୀ ଓ
ଖଣ୍ଡ ରେ ଅଧିକ ରୁ ଅଧିକ ସ୍ଥାନ ରେ ଶାଖା ର ବିସ୍ତାର lସମସ୍ତ ବିଷୟ କୁ କିଭଳି କ୍ରିୟାନୁୟନ କରାଯିବ ବିଭାଗ ପ୍ରଚାରକ, ମାନନୀୟ ପ୍ରଣବ ନାୟକ ଅବଗତ କରାଇ ଥିଲେ l ଜ଼ିଲ୍ଲା ଶାରୀରିକ ପ୍ରମୁଖ, ନିରଞ୍ଜନ ଭାଇ ଓ ଜ଼ିଲ୍ଲା କୁଟୁମ୍ବ ପ୍ରୋବଧନ ପ୍ରମୁଖ, ବାଳକୃଷ୍ଣ ଭାଇ ଗୁରୁଦକ୍ଷିଣା କିଭଳି ଅଧିକ ଗ୍ରାମ ରେ ହୋଇ ପାରିବ ତାର ଯୋଜନା କରିଥିଲେ l ପ୍ରାର୍ଥନା ପରେ ଯୋଜନା କାର୍ଯ୍ୟକ୍ରମ ଖଣ୍ଡ ସଂଘ ଚlଳକ ଙ୍କ ଦ୍ୱାରା ସମାପ୍ତ ହୋଇଥିଲା l ଏଥିରେ ଖଣ୍ଡ ର 42 ଜଣ ସ୍ୱୟଂସେବକ ଅଂଶ ଗ୍ରହଣ କରିଥିଲେ l

Related Articles

Back to top button