ଘୋଷଯାତ୍ରା ଉପଲକ୍ଷେ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଅଭଡ଼ା ବଂଟନ


ତାଳଚେର,୨୯/୦୬ ତାଳଚେର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ପବିତ୍ର ଘୋଷଯାତ୍ରା ଅବସରରେ ତାଳଚେର ବଡ଼ଦାଣ୍ଡ ଠାରେ ଭକ୍ତଙ୍କୁ ଅଭଡ଼ା ବଂଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାଣ ପାଣି, ବିଜେପି ଜିଳ୍ଳା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ସମାଜସେବୀ ବିଭୂତି ସାହୁ, ନାରୀନେତ୍ରୀ ଯଶ୍ମିନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଅଭଡ଼ା ବଂଟନ କରିବା ସହିତ ସଂଗଠନର ବ୍ୟକ୍ତି ବିଶେଷମାନଙ୍କୁ ଏଥିନେଇ ଉତ୍ସାହିତ କରିଥିଲେ । ସଂଘର ସଭାପତି ପଦ୍ମନ ଜେନନା, ସମ୍ପାଦକ କୃତିସୁନ୍ଦର ମହାରଣା, ଗୋ ସେବକ ସଞ୍ଜୟ ମହାପାତ୍ର, କ୍ଷେତ୍ରବାସୀ ନାୟକ, କାଉନସିଲର୍ ସନ୍ତୋଷ ବେହେରା, ସନ୍ତୋଷ ସାହୁ, ସୁବାଷିନୀ ବେହେରା, ସରୋଜ ମହାନ୍ତ, ଦେବାଶିଷ ବିଶି, ପ୍ରତିମା ମିଶ୍ର, ସୁଭାସିନୀ ମହାପାତ୍ର, ଉର୍ମିଳା ଦେହୁରୀ, ବରିଷ୍ଟ ଆଇନଜୀବୀ ଉଚ୍ଛନ୍ନ ପଟ୍ଟନାୟକ, ଅମରେଶ ମିଶ୍ର ପ୍ରମୁଖ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ତେବେ ଅନୁଷ୍ଠାନ ପକ୍ଷରୁ ଆଗାମୀ ଦିନରେ ଆହୁରି ଭଲଭଲ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସଂଗଠନର ସଭାପତି ମତପ୍ରକାଶ କରିଛନ୍ତି ।




