Breaking News

ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ହେଲେ ଦେବାଶିଷ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ଅଧକ୍ଷ ଭାବେ ସୋମବାର ଦିନ ଠୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଦେବାଶିଷ ସାହୁ l ସେ ଉକ୍ତ ବିଦ୍ୟାଳୟ ରେ ଅର୍ଥନୀତି ବିଭାଗର ଅଧ୍ୟାପକ ଭାବେ ଶିକ୍ଷାଦାନ କରୁଥିବା ବେଳେ ଆଜି ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ଉକ୍ତ କଲେଜରେ ଧରିତ୍ରୀ ରାଣୀ କାନୁନ ଗୋ 2ବର୍ଷ ହେଲା ଅଧକ୍ଷ ପଦରେ ରହି ଥିବା ବେଳେ ତାଙ୍କ କାର୍ଯ୍ୟ କ୍ଷେତ୍ର ର ଅବସର ପରେ ସେ ଦେବାଶିଷ ଙ୍କୁ ଆଜି ବିଦ୍ୟାଳୟ ର କାର୍ଯ୍ୟ ଭାର ଅର୍ପଣ କରିଥିଲେ l ନୂତନ ଅଧକ୍ଷ ପଦ ସମ୍ଭାଳିବା ପରେ କଲେଜ ର ସମସ୍ତ କର୍ମଚାରୀଗଣ ଶୁଭେଚ୍ଛା ଜଣାଇଥିବା ବେଳେ ପୂର୍ବରୁ ଦାୟିତ୍ୱ ରେ ଥିବା ତଥା ଅବସର ଗ୍ରହଣ କରିଥିବା ଧରିତ୍ରୀ ରାଣୀ କାନୁନ ଗୋ ଙ୍କୁ ମଧ୍ୟ୍ୟ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ l ଅନ୍ୟପଟେ ନୂତନ ଭାବେ କାର୍ଯ୍ୟଭାର ନେଇଥିବା ଦେବାଶିଷ ସାହୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଶିକ୍ଷାଦାନ ଉପରେ ପ୍ରାଥମିକତା ଦେବାସହ ସମସ୍ତ କର୍ମଚାରୀ ମାନଙ୍କ ସହଯୋଗ କାମନା କରିଥିଲେ l ଏହି ଅବସର କାର୍ଯ୍ୟକ୍ରମ ରେ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରି ମାନେ ଉପସ୍ଥିତ ଥିଲେ l

Related Articles

Back to top button