Breaking News

କଫ୍ ସିରଫ ଚୋରାଚାଲାଣ କାରବାର ମାମଲାରେ ୨ ଗିରଫ,ତିନି ଫେରାର , ଘଣ୍ଟାପଡ଼ା ଅଞ୍ଚଳରେ ଗଞ୍ଜେଇ,ମଦ ପରେ ନିଶାରେ ବ୍ୟବହାର କଲେଣି କଫ୍ ସିରଫ, ଚୋରାଚାଲାଣ ବେଳେ ଜଳିଗଲା ଗାଡି

କଣ୍ଟାମାଳ: -୩୦/୬/ସମର୍ଥ ନିୟୁଜ(ପ୍ରଭାତ କୁମାର ସାହୁ): ଏବେ ସାରାରାଜ୍ୟରୁ ଗଞ୍ଜେଇ ମୁକ୍ତ ଓଡ଼ିଶା ତଥା ବୌଦ୍ଧ ଜିଲ୍ଲା ପୋଲିସ ଅଭିଯାନ ଚଳାଇଥିବାବେଳେ ବେଆଇନ କଫ ସିରଫ କାରବାର ପୋଲିସର ମୁଣ୍ଡ ବ୍ୟଥା ସାଜିଛି। ଜିଲ୍ଲାର କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଅଞ୍ଚଳରେ କଫ୍ ସିରପ ଭଳି ମାରାତ୍ମକ ନିଶା କାରବାରରେ ଧରାପଡ଼ିବା ଏ ଅଞ୍ଚଳର ପ୍ରଥମ ଘଟଣା । କଫସିରଫ ଚୋରାଗଲାଣ ମାମଲାରେ ଘଣ୍ଟାପଡା ଥାନା ପକ୍ଷରୁ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ସୂଚନା ପ୍ରକାରେ ରଥଯାତ୍ରା ରାତିରେ ଏକ ଟୟୋଟା କାର କୁଲୁତାଯୋର ପଟରୁ ଘଣ୍ଟାପଡ଼ା ଆଡ଼କୁ ଆସୁଥିଲା l ଦୈବାତପୋଲିସର ପେଟ୍ରୋଲିଙ୍ଗ ଗାଡ଼ିକୁ ଦେଖି କାରଟି ହଠାତ ପଛଘୁଞ୍ଚା ଚାଲିଯାଉଥିଲା। କିନ୍ତୁ ପୋଲିସକୁ ଏସବୁ ଦୃଶ୍ୟ ସନ୍ଦେହ ହେବାରୁ କାର ର ପିଛା କରିଥିଲା l ତେବେ କାରଟି ମାଣ୍ଡିଆଯୋରରୁ କ୍ଷିପ୍ର ଗତିରେ ଯାଉଥିବାରୁ ରେକଡୋଲ ରାସ୍ତାର କୁରୁକୁପା ବାଇପାସ ନିକଟରେ ଭାରସାମ୍ୟ ହରାଇ ଏକ ପୋଲକୁ ଧକ୍କା ଦେଇଥିଲା l ଫଳରେ ଗାଡ଼ିରେ ବସିଥିବା ସମସ୍ତେ ଗାଡ଼ିରୁ ଓହ୍ଲାଇ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଦୌଡ଼ାଇ ଦୌଡ଼ାଇ ୨ଜଣକୁ ଧରିଥିବାବେଳେ ଅନ୍ୟମାନେ ଫେରାର ମାରିଥିଲେ l ଏହାରି ଭିତରେ ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ହଠାତ ନିଆଁ ଲାଗିଯାଇଥିଲା l ଫଳରେ ପୋଲିସ ଦମକଳକୁ ଡକାଇ ନିଆଁକୁ ଆୟତ କରିଥିଲା । କିନ୍ତୁ ସେତିକିବେଳକୁ ଗାଡ଼ିଟି ସଂପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିଲା। ଏପରିକି ଗାଡ଼ି ନମ୍ବର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଥିଲା। ଶେଷରେ ସକାଳୁ ଦେଖିଲାବେଳକୁ ଗାଡ଼ିରେ ପ୍ରଚୁରମାତ୍ରାରେ ପୋଡି ଯାଇଥିବା କଫ ସିରଫ ଦେଖିବାକୁ ମିଳିଥିଲା l ଏନେଇ ପୋଲିସ ଏକ ମାମଲା କେସ୍ ନଂ ୯୭/୨୫ରେ ରୁଜୁ ଅଧିକ ତଦନ୍ତ କରି ୨ଜଣ ଅଭିଯୁକ୍ତକୁ ଗିରଫ କରି ସେମବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା ଅଧିନ ରେକଡୋଲ ଗ୍ରାମର ଶିବାନନ୍ଦ ବାଘ(୨୩) ଏବଂ ଗୁଣୁଚିତରା ଗ୍ରାମର ଆକାଶ ଦୀପ(୨୨) | ଅନ୍ୟ ୩ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି । ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଅବସ୍ଥାରେ ଅଛି ତଦନ୍ତ ଅନୁସାରେ ଗାଡ଼ିନଂ ଓଆର.୦୨ଏକ୍ୟୁ ୧୮୦୦ ଏବଂ ପୋଡ଼ି ଯାଇଥିବା ଅବସ୍ଥାରେ ୧୦୦ ଏମ.ଏଲର ୨୬ଟି ୱିନସେରେକ୍ସ କଫ୍ ସିରପ୍ ବୋତଲ ଜବତ କରାଯାଇଛି ବୋଲି ଘଣ୍ଟାପଡା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି ଏବଂ ଉକ୍ତ ମାମଲାକୁ ଗମ୍ଭିରତାର ସହ ଗ୍ରହଣ କରି ସଂପୃକ୍ତ ଫେରାର ୩ଜଣ ଆସାମୀଙ୍କୁ ଶିଘ୍ର ଗିରଫ କରାଯିବ ଓ ଥାନାଞ୍ଚଳରୁ କଫସିରଫ କାରବାର ଉପରେ ତୀକ୍ଷ୍ମ ନଜର ରହିବ ବୋଲି ପ୍ରକାଶ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button