Breaking News

ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦ ର ବାର୍ଷିକ ଉତ୍ସବ -୨୦୨୫ !!

ଭୁବନେଶ୍ୱର ::-ଆମ ଜଗତସିଂହପୁର ଆମ ପାଇଁ ମାଟିର ବୈକୁଣ୍ଠ ବ୍ୟାନର ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହୋଇଯାଇଛି ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ବାର୍ଷିକ ଉତ୍ସବ ୨୦୨୫ !ଏହି ଉତ୍ସବ ରେ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ, ବରଣ୍ୟ ଅତିଥି ଥିଲେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଜଗତସିଂହପୁର ସଂସଦ ବିଭୁ ପ୍ରସାଦ ତରାଇ,ରାଜ୍ୟସଭା ସଂସଦ ଦେବାଶିଷ ସାମନ୍ତରାୟ,ବିଧାୟକ ଅମରେନ୍ଦ୍ର ଦାସ, ରମାକାନ୍ତ ଭୋଇ, ପ୍ରସନ୍ନ ଜେନା, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ! ଜଗତସିଂହପୁର ଜିଲ୍ଲା କିପରି ଅଗ୍ରଣୀ ଜିଲ୍ଲା ଭାବେ ରାଜ୍ୟ ତଥା କେନ୍ଦ୍ର ମାନ୍ୟତା ଲାଭ କରିବ, ଏହି ଆଲୋଚନା ର ମୁଖ୍ୟ ପ୍ରସଙ୍ଗ କୁ ନେଇ ମତ ମନ୍ତବ୍ୟ ପ୍ରଦାନ କରାଯାଇଥିବାର ସୂଚନା ମିଳିଛି !!

 

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button