Breaking News

ବିଦ୍ୟାଳୟ ପରିସର ଜଳମଗ୍ନ : ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରୋଗର ଭୟ !!   

                                

++++++++++++++++++++++

ତିର୍ତ୍ତୋଲ ::ଶିକ୍ଷକ, ଛାତ୍ରଛାତ୍ରୀ, ଓ ଅବିଭାବକ ମାନେ ବିଦ୍ୟାଳୟ କୁ ମନ୍ଦିର ତୁଲ୍ୟ ମାନିଥାନ୍ତି !ସେଇ ମନ୍ଦିର ସମ ବିଦ୍ୟାଳୟ ର ପରିବେଶ ଯେବେ ପୁତିଗନ୍ଧମୟ ହୋଇଯାଏ !ତେବେ ତାହା ମନ୍ଦିରର ମାନ୍ୟତା ହରାଏ ! ଏକଥା କଣ ଶିକ୍ଷା ବିଭାଗକୁ ବୁଝେଇବାକୁ ପଡିବ ? ତଥାପି ଦର୍ଶାଉଅଛୁ ଯେ,ମା’ଶାରଳା ଙ୍କ ପ୍ରାଚୀନ ପୀଠ ସ୍ଥଳି ଲଣ୍ଡାଦେଉଳ ନିକଟସ୍ଥ ବଡଶାରୋଳ ପ୍ରାଥମିକ ବିଦ୍ୟାଳୟ ପରିସର ରେ ପ୍ରତି ବର୍ଷ ବର୍ଷାଦିନ ହେବା ମାତ୍ରେ ପାଣି ଜମିରହି ଦୁର୍ଗନ୍ଧ ସୃଷ୍ଟି ହୁଏ !ଏବର୍ଷ ମଧ୍ୟ ସେହିପରି ପରିବେଶ ସୃଷ୍ଟି ହୋଇଗଲାଣି !ବର୍ତ୍ତମାନ ସମୟରେ ହଇଜା ଭଳି ସଂକ୍ରମଣ ଜନିତ ରୋଗ ବ୍ୟାପୁ ଥିବାରୁ, ଛୋଟ ଛୋଟ ପିଲା ମାନଙ୍କୁ ସ୍କୁଲ କୁ ଛାଡିବାକୁ ଅବିଭାବକ ମାନେ ସୁରକ୍ଷିତ ଭାବୁ ନାହାନ୍ତି !ଯାତାୟାତ କ୍ଷେତ୍ରରେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଆହୁରି ମଧ୍ୟ ଏହି ଜମି ରହିଥିବା ପାଣିରେ ଶୁଖିଲା ଗଛପତ୍ର ପଡି ରହି , ପଚିଶଢି ଯିବାରୁ ଏଠାରେ ଦୁର୍ଗନ୍ଧ ରେ ବସି ପାଠ ପଢିବା, ସମସ୍ୟା ବଡ଼ କଷ୍ଟକର ହୋଇ ପଡ଼ିଛି। ଅସ୍ୱାସ୍ଥ୍ୟକର ପରିବେଶ ରେ ରୋଗ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ତିର୍ତ୍ତୋଲ ବ୍ଲକ ଶିକ୍ଷାବିଭାଗ ର ଅଧିକାରୀ ଏହି ସମବେଦନଶିଳ ଘଟଣା ର ଅନୁଧ୍ୟାନ କରିବା ସହିତ, ଖାଲୁଆ ସ୍ଥାନରେ ମାଟି ବାଲି ପକାଇ, ଉଚ୍ଚl କରିବା ପାଇଁ ଅବିଭାବକ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରି ଅଛନ୍ତି।ଦୟାକରି ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଏହି ବିଷୟକୁ ଯେବେ ଗୁରୁତ୍ୱ ନଦିଆଯାଏ ତେବେ ଶିକ୍ଷାନୁଷ୍ଠାନ ର ମର୍ଯ୍ୟାଦା ହାନୀ ହେବା ସହିତ ରୋଗ ବ୍ୟାପିବାର ସମସ୍ୟା ଉପୁଜିବାରେ କେହି ବି ରୋକି ପାରିବେ ନାହିଁ !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button