Breaking News
ଓଡିଶା ଡିଲର୍ସ ଫେଡେରେସନର ସମ୍ବର୍ଦ୍ଧନା ଉତ୍ସବ ପାଳିତ.


ଭୁବନେଶ୍ୱର ଆଜି ରେଡ଼କ୍ରସ ଭବନ ସମ୍ମିଳନୀ କକ୍ଷରେ ସର୍ବଭାରତୀୟ ଡିଲର୍ସ ଫେଡେରେସନ ଓଡିଶା ଶାଖାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାଇତ୍ୱ ଗ୍ରହଣ କରିଥିବା ଶ୍ରୀ ରାମଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା. ଡିଲର୍ସ ମାନଙ୍କର ବହୁ ସମସ୍ୟା ଓ ଦାବି ଅଛି ଓ ମୁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଓ ରାଜନୈତିକ ଦାଇତ୍ୱ ବୁଝିବା ପାଇଁ ଦଳ ମୋତେ ଦେଇଥିବାରୁ ମୁ ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ଡିଲର୍ସ ମାନଙ୍କ ଦାବି ପହଞ୍ଚାଇବାର ସହାୟତା କରିପାରିବି ବୋଲି ଡିଲର୍ସ ଫେଡେରେସନ ଅନୁଭବ କରିବାରୁ ମୋତେ ତାଙ୍କ ସଂଘରେ କାର୍ଯ୍ୟକାରୀ ସଭାପତି କରି ଆଜି ସମ୍ବର୍ଦ୍ଧନା କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ରାମଚନ୍ଦ୍ର ସାହୁ. ସେହିପରି ଆମ ସଂଘର ଆଜି ତୃତୀୟ ବାର୍ଷିକ ଅଧିବେଶନ ଓ ଆମଦାବି ଓ ସମସ୍ୟା ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ସରକାରଙ୍କ ପାଖରେ ପହଂଚିବା ପାଇଁ ଆଜିର ଏହି ସଭା ବୋଲି କହିଛନ୍ତି ରାଜ୍ୟ ଡିଲର୍ସ ଫେଡେରେସନ ସଭାପତି ଗଗନ ଜେନା.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି




