Breaking News

କୁଜଙ୍ଗ ଶିକ୍ଷାଧିକାରୀ ଙ୍କ ଅଫିସ ରୁ ଆକାଉଣ୍ଟାଣ୍ଟ କୁ ଗିରଫ କଲା ଭିଜିଲାନ୍ସ !!

କୁଜଙ୍ଗ ::-ବର୍ଷବର୍ଷ ଧରି ଚାଲିଥିଲା ଗୁପ୍ତ ଲୀଳା !ସୁରାକ ମିଳୁ ନଥିଲା କାହାକୁ !ନଜର ରଖିଥିଲେ ଭିଜିଲାନ୍ସ ସ୍କାର୍ଡ !ସୁଯୋଗ ପାଇଁ ଖାପ କରି ରେଡହ୍ୟାଣ୍ଡ ରେ ଧରି ନେଲେ ଆସାମୀଙ୍କୁ ! ଖବର ଯେତିକି ରୋମାଞ୍ଚ ସେତିକି ଆଶ୍ଚର୍ଯ୍ୟ ! ଏମିତିବି ହୋଇପାରେ ପୁଣି ଶିକ୍ଷାଧିକାରୀଙ୍କ ଅଫିସରେ ?ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଶିକ୍ଷାଧିକାରୀ ଅଫିସ ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ସୁଯ୍ୟକାନ୍ତ ସ୍ୱାଇଁ ଜଣେ ଶିକ୍ଷକକୁ ଘର ଋଣ କରାଇଦେବା ନାଆଁ ରେ ଏକ ଲକ୍ଷ ପଚାଶ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡିବ କହି ଅଗ୍ରିମ ପାଞ୍ଚ ହଜାର ଟଙ୍କା ଶିକ୍ଷକ ଙ୍କ ଠାରୁ ନେଉଥିବା ବେଳେ କଟକ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ୱାରା ରେଡହ୍ୟାଣ୍ଡ ରେ ଧରା ପଡିଯାଇଥିଲା !ଶ୍ରୀଯୁକ୍ତ ସ୍ବାଇଁଙ୍କୁ ଆରେଷ୍ଟ କରାଯାଇ କଟକ ନିଆଯାଇଥିବାର ଖବର ମିଳିଥିବା ବେଳେ ତାଙ୍କର ଜଗତସିଂହପୁର ଅଞ୍ଚଳରେ ଥୁବା ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବାର ଖବର ସାରା ଜିଲ୍ଲାରେ ଥିବା ପ୍ରତ୍ୟେକ ବ୍ଲକ ଶିକ୍ଷାମଣ୍ଡଳ କୁ ଚିନ୍ତାରେ ପକେଇ ଦେଇଛି !ଭିଜିଲାନ୍ସ ବିଭାଗ PS.କେସ ନଂ.16/2025 U/s -7PC
(ଆମେଣ୍ଡମେଣ୍ଟ)Act. 2018ରେ ପଞ୍ଜିକୃତ କରାଯାଇ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି !ଏହି ପରି ବହୁ ଦୁର୍ନୀତିରେ ଅନେକ ଶିକ୍ଷାମଣ୍ଡଳ ଉବୁଟୁବୁ ହେଉଥିବା ବେଳେ ଭିଜିଲାନ୍ସ ବିଭାଗର ଆକ୍ସନ ମୁଡ଼ ର କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବହୁ ପ୍ରଶଂସା କରାଯାଇଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button