Breaking News

ରଥ ପଥ ପ୍ରସ୍ତୁତ, ରଥେ ବସିଛି ଜଗତ ନାଥ…

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ )ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ହରଭଙ୍ଗା ବ୍ଲକ ବିଭିନ୍ନ ସ୍ଥାନରେ ମହା ସମାରୋହରେ ପାଳିତ ହୋଇଯାଇଛି l ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଦେବ, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂର୍ତ୍ତି ଗମ୍ଭୀରା ଛାଡି ଭକ୍ତ ଙ୍କୁ ଦର୍ଶନ ଦେଇ ମାଉସୀ ଘରକୁ ଯାଆନ୍ତି l ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ମାଉସୀ ଘରେ ନଅ ଦିନ ରହି ପୋଡ଼ ପିଠା ଖାଇ ପୁଣି ଶ୍ରୀମନ୍ଦିର କୁ ବାହୁଡ଼ି ଥିବାରୁ ନଅ ଦିନ ପରେ ବାହୁଡା଼ ଯାତ୍ରା ହୋଇଥାଏ l ଆଜି ରଥଯାତ୍ରା ରେ ବ୍ଲକ ର ଦିବ୍ୟ ପୁରୁଷୋତ୍ତମ ଧାମ ଠିଡିକାଜୋର ଠାରେ ମହା ଆଡମ୍ବର ରେ ପାଳିତ ହୋଇଛି ରଥଯାତ୍ରା l ପ୍ରାତଃ ରୁ ସକାଳ ଧୂପ, ସଜବାଜ ପରେ ଶହ ଶହ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଙ୍କ ନାମ ସଂକୀର୍ତନ, ହରିବୋଲ ହୁଳହୁଳି, ଘଣ୍ଟ ଶଙ୍ଖ ଓ ମୃଦଙ୍ଗ ଶବ୍ଦ ରେ ଭକ୍ତି ଭାବ ମୟ ପରିବେଶ ରେ ଚତୁର୍ଦ୍ଧା ମୂରତିକୁ ଆଡପ ମଣ୍ଡପରେ ରୀତିନୀତି ଅନୁଯାଇ ପହଣ୍ଡି ବିଜେ କରାଯାଇଥିଲା l ହରଭଙ୍ଗା ତହସିଲଦାର ବଳଦେବ ବେହେରା ଛେରା ପହରା କଲା ପରେ ଠାକୁରଙ୍କୁ ରଥାରୁଡ଼ କରାଯାଇଥିଲା l ଜଗନ୍ନାଥ ମନ୍ଦିରରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରଥାରୁଡ଼ ତିନି ଠାକୁର ଙ୍କୁ ଭକ୍ତ ଟାଣି ଟାଣି ଆଣିଥିଲେ l ବଡ଼ ଦାଣ୍ଡରେ ଜନ ସମୁଦ୍ର କୁ ବିଭିନ୍ନ ସ୍ଥାନରେ ପୁରୁଣାକଟକ, ହରଭଙ୍ଗା ଓ ବୌଦ୍ଧ ପୋଲିସ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରାଯାଇଥିଲା l ସେବାୟତ, ଡାହୁକ, ଘଣ୍ଟ ବାଦକ ଓ ଭକ୍ତ ଙ୍କ ଆଖିରେ ଆଖି ମିଶାଇ ସତେ କାଳିଆ ଠାକୁର ପଲକ ନ ପକାଇ ଦିବ୍ୟ ଦର୍ଶନ ଦେଇଥିଲେ l ରଥଯାତ୍ରା କୁ ରଥଯାତ୍ରା କମିଟି, ବଣିକ ସଂଘ,ବିଡ଼ିଓ ଶରତ କୁମାର ସେଠି ଙ୍କ ତତ୍ଵାବଧାନରେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀରାମ ସେନା ପୂର୍ଣ୍ଣ ମାତ୍ରାରେ ସହଯୋଗ କରି ଚଳିତ ବର୍ଷ ନୂତନ ରଥରେ ମହାପ୍ରଭୁ ରଥାରୁଢ଼ ହୋଇଛନ୍ତି l ସେହିପରି ବାହୁଡା଼ ପର୍ଯ୍ୟନ୍ତ ସନ୍ଧ୍ୟାରେ ଭଜନ ସମାରୋହ, ନାମ ସଂକୀର୍ତନ ହେବା ସହିତ ପୁରୀ ଠାକୁର ଙ୍କ ଭୋଗ ଓ ଅର୍ଣ୍ଣ ମିଳିବା ନେଇ ସୂଚନା ରହିଛି l ଅନ୍ୟ ପଟେ ବ୍ଲକ ର ରାମଗଡ, ତିଲେଶ୍ୱର, କୋଇଲିସୂତା, ପୁରୁଣାକଟକ, ହରଭଙ୍ଗା, କୁମାରୀ, କୁସଙ୍ଗ, ବାଇଶି ପଡ଼ା, ଧଳପୁର, ବିରାମଚନ୍ଦ୍ର ପୁର, ବିରନରସିଂହ ପୁର, କରଡ଼ି, ଚମ୍ପାପୁର, କରଞ୍ଜ କଟା, ସରସରା ଆଦି ସ୍ଥାନରେ ରଥଯାତ୍ରା ରୀତିନୀତି ଅନୁଯାଇ ମହା ଆଡମ୍ବର ରେ ପାଳିତ ହୋଇଛି l

Related Articles

Back to top button