Breaking News

ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଅଧୀନରେ ନିଯୁକ୍ତି ଜାଲିଆତି !!

ତିର୍ତ୍ତୋଲ ::- ଦୀର୍ଘ ଦିନ ଧରି ତିର୍ତ୍ତୋଲ ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଆସୁଛି ଶିକ୍ଷା ରାଜନୀତି ! କୌଣସି ନା କୌଣସି ବିବାଦୀୟ ପରିସ୍ଥିତି ତିର୍ତ୍ତୋଲ ଶିକ୍ଷା ବିଭାଗକୁ ବାଟବଣା କରି ଚାଲିଛି !ତିର୍ତ୍ତୋଲ ର ନିର୍ବାଚିତ ବିଧାୟକ ହୁଅନ୍ତୁ ଅବା ଶିକ୍ଷା ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ହୁଅନ୍ତୁ !ସବୁ ଜାଣି ସବୁ ଦେଖି ଗାନ୍ଧିଜୀ ଙ୍କର ତିନି ମାଙ୍କଡ ପରି ବସିରହିଛନ୍ତି !ସତରେ କଣ ତିର୍ତ୍ତୋଲ ଶିକ୍ଷାବିଭାଗ ରେ ସ୍ୱଛତା ଆସିପାରିବନି ? ସରକାର ବଦଳିବା ସହିତ କଣ ବଦଳିଯିବ ତିର୍ତୋଲ ଶିକ୍ଷା ବିଭାଗର ସରକାରୀ ନୀତିନିୟମ ?ଆମେ କହୁନୁ ଆଜ୍ଞା ଯାହା କହୁଛି ସୂଚନା ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ !ଉକ୍ତ ତଥ୍ୟ ଅନୁସାରେ ଏରସମା ବ୍ଲକରୁ ତିର୍ତ୍ତୋଲ ବ୍ଲକ କୁ ଡେପୁଟେସନ ଶିକ୍ଷକ ଭାବେ ଆସିଥିବା ବ୍ୟକ୍ତି ସିଆରସିସି ଭାବେ ନିଯୁକ୍ତି ପାଇ ତିର୍ତ୍ତୋଲ ବାସୀ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି !ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଅଫିସ ବିଭିନ୍ନ ବେଆଇନ ଓ ଅନିୟମିତତା କାର୍ଯ୍ୟ କୁ ନେଇ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ପଦାକୁ ଆସିଛି ସିଆରସିସି ନିଯୁକ୍ତିର ଗୁପ୍ତ କେଳେଙ୍କାରୀ !ଯାହା ତିର୍ତ୍ତୋଲ ଶିକ୍ଷାମଣ୍ଡଳ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧୀନରେ ନିଯୁକ୍ତ ଶିକ୍ଷକ ଚିତ୍ତରଞ୍ଜନ ଦାସ ଏରସମାରୁ ନିଜର ବେତନ ପ୍ରାପ୍ତ ହେଇ ଆସୁଥିବା ବେଳେ ତାଙ୍କୁ ତିର୍ତ୍ତୋଲ ଏମଏସ ଏକାଡେମୀ କୁ ଡେପୁଟେସନ ରେ ରଖାଯାଇଥିଲା !ଏମଏସ ଏକାଡେମୀରୁ ପରୁଣାପୋସଲ ବିଦ୍ୟାଳୟ କୁ ଡେପୁଟେସନ ରେ ପଠାଗଲା ! ଏହି ଅବସରରେ ମହାଶୟ ଙ୍କୁ ବିଳାସପୁର ନନ୍ଦକିଶୋର ନୋଡାଲ କ୍ଲଷ୍ଟର ରେ ଇନଚାର୍ଜ ସିଆରସିସି ନିଯୁକ୍ତି କଲେ କିପରି ?ନିଯୁକ୍ତିର ଜାଲିଆତି କୁ ନେଇ ଚର୍ଚ୍ଚାହେଉଛି ଯେ ଏହିପରି ବେଆଇନ ନିଯୁକ୍ତି ପାଇଁ ହାତଗୁଞ୍ଜା ର ଜବରଦସ୍ତ କାରବାର କରାଯାଇଛି !ଯାହାଫଳରେ ଅନେକ ସିଆରସିସି ରହିଛନ୍ତି ଯେଉଁ ମାନେ ଉପରିସ୍ଥ କର୍ମଚାରୀଙ୍କୁ ଲାଞ୍ଚ ଦେଇ ନିଯୁକ୍ତିକୁ କ୍ରୟ କରିଛନ୍ତି !ଏହି ଲାଞ୍ଚ ଅର୍ଥ ନେଇଛି କିଏ, କାହାଦ୍ୱାରା ନିଆ ଯାଇଛି ଓ କିଏ କେତେ କେତେ ଲେଖାଏଁ ଅର୍ଥ ଲାଞ୍ଚ ଦେଇଛନ୍ତି ତାହାର ସତ୍ୟାସତ୍ୟ ଲୋକଲୋଚନ କୁ ଅଣାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ଜୋର ଧରିଲାଣି !ଯେବେ ଶିକ୍ଷାବିଭାଗ ଦ୍ୱାରା ସିବିଆଇ ତଦନ୍ତ ହୁଅନ୍ତା ତେବେ ଗୁପ୍ତ କାରବାରର ପର୍ଦାଫାଶ ହୋଇ ପାରନ୍ତା !ତିର୍ତ୍ତୋଲ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ଶିକ୍ଷା ରାଜନୀତି ସବୁଦିନ ପାଇଁ ବନ୍ଦ ହୋଇଯାଆନ୍ତା !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button