Breaking News

ଘଣ୍ଟାପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ରଥାଋଢ଼ ହେଲେ କାଳିଆ ସାଆନ୍ତେ,

କଣ୍ଟାମାଳ: -୨୭/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ଆଜି ବିଶ୍ଵ ପ୍ରସିଦ୍ଧ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା। ରଥେ ବିଜେ କରି ଖୋଲା ଦାଣ୍ଡରେ ଦର୍ଶନ ଦେବେ ଭକ୍ତମାନଙ୍କୁ। ପୁରୀ ଧାମ ରଥଯାତ୍ରା ଭଳି ବିଶ୍ଵର ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିରମାନଙ୍କରେ ରଥଯାତ୍ରା ଆୟୋଜନ କରିଥାନ୍ତି। ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର କଣ୍ଟାମାଳ,ମନମୁଣ୍ଡା,ପଲସାଗୋରା, ଘଣ୍ଟାପଡ଼ା,ଆମ୍ବଗାଁ, ଫାସେଡ଼, ଖୁଣ୍ଟିଗୋରା, ବିରସିଂପୁର ଆଦି ସ୍ଥାନମାନଙ୍କର ରଥଯାତ୍ରା ମହାସମାଗମରେ ହୋଇଯାଇଛି। ତହ୍ମଧ୍ୟରୁ ଘଣ୍ଟାପଡ଼ା ମନ୍ଦିରରେ ଶ୍ରୀଜିଉମାନଙ୍କୁ ନୂତନ ବେଶଭୂଷାରେ ସଜ୍ଜିତ କରି ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଏକାଥରେ ପହଣ୍ଡିରେ ଜମିଦାର ବସନ୍ତ ମାଝୀଙ୍କଦ୍ୱାରା ଛେରାପହଁରା କରାଯାଇ ଶ୍ରୀଜିଉଙ୍କୁ ରଥାଋଢ଼ କରାଯାଇଥିଲା।ସେଠାରେ ଛୁଆମାନଙ୍କ ରଥଛୁଆଁ କାର୍ଯ୍ୟକ୍ରମ ପରେ ଡାହୁକର ଡାକରାରେ ଭକ୍ତମାନେ ରଥ ଟାଣିଥିଲେ। ଜୟ ଜଗନ୍ନାଥ ,ହରିବୋଲ ହୁଳହୁଳି, ଶଙ୍ଖନାଦ,ଘଣ୍ଟ, ସଂକୀର୍ତ୍ତନରେ ଗ୍ରାମର ରାସ୍ତାଘାଟ ପ୍ରକମ୍ପିତ ହୋଇଉଠିଥିଲା। ଶେଷରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ। ଉକ୍ତ ରଥଯାତ୍ରାରେ ଶହସ୍ରାଧିକ ଭକ୍ତ ଉପସ୍ଥିତ ରହି ରଥଟାଣି ଶ୍ରୀଜିଉଙ୍କ ଦର୍ଶନ ଲାଭକରିଥିଲେ।ସେବାୟତ ରାଧାରମଣ ପାଣିଗ୍ରାହୀ,ମନୋଜ ପାଣିଗ୍ରାହୀ, ଚିତ୍ତରଞ୍ଜନ ପାଣିଗ୍ରାହୀ, ରାଜେନ୍ଦ୍ର,ଗଜେନ୍ଦ୍ର, ସିପୁନ,ପପୁନ, ଲିପୁନ,ବବଲୁ,ସିବଲୁ ଆଦି ବାଡ଼ଗ୍ରାହୀ ଶ୍ରୀଜିଉଙ୍କ ସେବାକାର୍ଯ୍ୟ କରିଥିବାସୁଳେ ଘଣ୍ଟାପଡ଼ା ଗ୍ରାମବାସୀ ସହଯୋଗ କରିଥିଲେ।

ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button