Breaking News

୮୦ରୁ ଉର୍ଦ୍ଧ ଗୋରୁ ଓ ୧୪ଚକିଆ ଗାଡ଼ି ଜବତକଲା ବଡଚଣା ପୋଲିସ….

 

ଗୋ ଚାଲାଣ ପେଣ୍ଠସ୍ଥଳି ପାଲଟିଛି ଚଣ୍ଡିଖୋଲ ପାରାଦୀପ ରାସ୍ତା 

୫୩ ନମ୍ୱର ଜାତୀୟ ରାଜପଥ, ବିଳମ୍ୱିତ ରାତିରେ ଗୋରୁ ଗାଡ଼ି ଠାବ । 

ଏହାର ଚେର ଓଡ଼ିଶାର ରୁ କଲିକତା ଓ ବାହାର ଦେଶ ପର୍ଯ୍ୟନ୍ତ ଲମ୍ବିଛି।

 ଥାନା ଅଧିକାରୀ ମଧୁସ୍ମିତା ବେହେରା ଗୁରୁବାର ବିଳମ୍ବିତ ରାତ୍ରରେ କୁନ୍ଦଳ ପଞ୍ଚାୟତ ନିକଟ ୫୩ ରାଜପଥ ଉପରେ ୧୪ଚକିଆ ଗୋରୁ ଗାଡ଼ି ଯାଉଥିବା ବଡଚଣା ପୋଲିସ କୁ ଖବର ମିଳିଥିଲା।ପୋଲିସ ପକ୍ଷରୁ ଜୋରଦାର ଚଢାଉ କରାଯାଇଥିଲା ।ଚଢାଉ ସମୟରେ ୧୪ ଚାକିଆ ଗାଡ଼ିଟି ସଂପୂଣ୍ଣ ଭାବେ ବିପରୀତ ରାସ୍ତାରେ ଖସି ପଳାଇବା ପାଇଁ ଚେଷ୍ଟା କରୁଥିଲା, ବିଫଳ ହେବା ପରେ ଡ୍ରାଇଭର ଶ୍ରୀରାମ ଟୋଲ୍ ଗେଟ୍ ନିକଟ ପୋଲିସ ହାତରେ ଧରା ପଡ଼ିଲା ଗାଡ଼ି ନମ୍ବର ଓଡି ୩୪-ଟି ୩୪୫୩ ।ପୋଲିସ ଗାଡି କୁ ଜବତ କରିବା ସହ ସାମାନ୍ୟ ଆହାତ ହୋଇଥିବା ଡ଼୍ରାଇଭର କୁ ପ୍ରଥମେ ବଡଚଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ମେଡ଼ିକାଲ କୁ ପଠାଇ ଦିଆଯାଇଛି ।ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଛି।ତେବେ ଗାଡ଼ି ଥିବା ଗୋ ମାତାଙ୍କୁ ପ୍ରଥମେ ଛତିଆ ନିକଟ ଗୋଶାଳା ନିଆଯାଇଥିଲା ସେଠାରେ ଜାଗା ନଥିବାରୁ କଟକ ଜିଲ୍ଲା ଚୌଦ୍ଵାର ଥିବା ଗୋଶାଳା ରେ ଗୋ ମାତାଙ୍କୁ ଛଡା ଯାଇଥିଲା।ବଡ଼ଚଣା ରୁ କାର୍ତ୍ତିକ ରାଉତ ଙ୍କ ରିପୋର୍ଟ

Related Articles

Back to top button