ଥାନା ଛକ ଠାରୁ ନଦିଘାଟ ରାସ୍ତା ଶୋଚନୀୟ…. … ରାସ୍ତା ନିର୍ମାଣ ଦାବି….


ହରଭଙ୍ଗା :(ଚିତ୍ତରଞ୍ଜନ ସିଂ )ହରଭଙ୍ଗା ବ୍ଲକ ହରଭଙ୍ଗା ଥାନା ଛକ ଠାରୁ ମହାନଦୀ ଘାଟ ରାସ୍ତା ଶୋଚନୀୟ l ଟିକିଏ ବର୍ଷରେ କାଦୁଅ ପଚ ପଚ l ଏହି ରାସ୍ତା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବା ବେଳେ ବର୍ତମାନ କାଦୁଅ ପାଣିରେ ଭର୍ତି l ଏହି ରାସ୍ତା ଦେଇ ପ୍ରତିଦିନ ସାଇ ମନ୍ଦିର, ଶିବ ମନ୍ଦିର ଦର୍ଶନ ସହିତ ମହାନଦୀ କୁ ସ୍ନାନ ଶୌଚ ଉପରେ ଗ୍ରାମବାସୀ ନିର୍ଭର କରନ୍ତି ପୁଣି ସାପ୍ତାହିକ ସୋମବାର ହାଟ ପାର୍ଶ୍ୱରେ ହୋଇଥାଏ l ବର୍ତମାନ ବର୍ଷା ଦିନ ଟିକିଏ ବର୍ଷାରେ ରାସ୍ତା ର ଅବସ୍ଥା ବେହାଲ l ଅନ୍ୟ ପଟେ ପ୍ରତିଦିନ ଶହ ଶହ ହାଇବା ଓ ଟ୍ରାକ୍ଟର ରେ ବାଲି ଚାଲାଣ ରାସ୍ତାକୁ ନଷ୍ଟ କରୁଛି l ଉକ୍ତ ରାସ୍ତା ନିର୍ମାଣ ଦିଗରେ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଗ୍ରାମବାସୀ ତରଫରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ହୋଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ସେପଟେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଉକ୍ତ ରାସ୍ତା କୁ ନେଇ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି l ଏଣୁ ଜିଲ୍ଲାପାଳ ଏହି ରାସ୍ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମର ପବିତ୍ର ପ୍ରଧାନ, ନନ୍ଦନ ଦେହୁରୀ,ପ୍ରମୁଖ ଦାବି କରିଛନ୍ତି l




