Breaking News

ଉପୋଭୋକ୍ତା ଙ୍କ ସହ ଖେଳ ଖେଳୁଛି ହରଭଙ୍ଗା ଫିଡ଼ର ବିଦୂତ ବିଭାଗ କର୍ମଚାରୀ l ମିଳୁନି ଉତ୍ତମ ସେବା ଲୋକେ ହନ୍ତସନ୍ତ..

ହରଭଙ୍ଗା 26/6(ଚିତ୍ତରଞ୍ଜନ ସିଂ) ଘଣ୍ଟା ଘଣ୍ଟା ବିଦ୍ୟୁତ କାଟୁଥୁବାରୁ ବର୍ତମାନ ସମୟ ରେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ନେଇ ଅଞ୍ଚଳ ଲୋକେ ଅଭିଯୋଗ ଆଣିଛନ୍ତି l ସୂଚନା ଥାଉକି ଗତକାଲି ମଧ୍ୟାହ୍ନ ରାତିରୁ ହରଭଙ୍ଗା ଫିଡ଼ର ରୁ କରେଣ୍ଟକାଟିବା ସହ ଆଜି ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ବିଦ୍ୟତ ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି l ଏମିତି ଟିକେ ବର୍ଷା କି ଘଡଘଡି ହେଲେ ମନ ଇଛା ଦଶ ରୁ ପନ୍ଦର ଘଣ୍ଟା ବିଦ୍ୟତ କାଟୁଥିବା ବିଦ୍ୟୁତ ଉପୋଭୋକ୍ତା ଙ୍କ ଭିତରେ ଦାବି ହେଉଛି l ବିଭାଗ ଏହାର ପ୍ରତିକାର ନକଲେ ଆଗାମୀ ଦିନରେ ବିଦ୍ୟତ ଅଫିସ ଘେରାଉ କରିବା ପାଇଁ ଅଞ୍ଚଳ ବାସୀଙ୍କ ଭିତରେ ଆନ୍ଦୋଳନ ଦାନା ବନ୍ଧୁଥୁବା କୁହାଯାଉଛି l ହରଭଙ୍ଗା, କୋଡା ସିଙ୍ଗା, ତୀରଡ଼, କୁମାରୀ, ଅତଳସରା ଭଳି ଅନନ୍ୟ ଗ୍ରାମ ର ବିଦ୍ୟୁତ ଉପୋଭୋକ୍ତା ମାନେ

ଏହି କରେଣ୍ଟ ଉପରେ ନିର୍ଭର କରୁଥିବା ବେଳେ ଅଞ୍ଚଳର ବିଭିନ୍ନ ଅଫିସ,ଥାନା,ଡାକ୍ତରଖାନା,ସ୍କୁଲ କଲେଜ,ଡାକଘର, ବ୍ୟାଙ୍କ ଅନଲାଇନ କାର୍ଯ୍ୟ ରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି l ଏଭଳି ସମସ୍ୟା ଉପରେ ହରଭଙ୍ଗା ଫିଡ଼ର ବିଦ୍ୟୁତ କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ ଉପରେ କୁମାରୀ ଗ୍ରାମର ଧନୀ ସେନାପତି, ପବିତ୍ର ନାଏକ, ସୁନୀଲ ବେହେରା, ତନ୍ମୟ ବାନାର୍ଜୀ ଅତଳ ସରା ଗ୍ରାମର ରାଜୁ ଦେହୁରୀ, ଭରତ ପରିଡା, ଚନ୍ଦ୍ରମଣି ବେହେରା, ବାସୁଦେବ ନାଏକ, ବଳରାମ ଡ଼ାଳୁଆ ଦୃଷ୍ଟି ଦେବା ସହ ସମସ୍ୟା ର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳର ଯୁବ ସାମ୍ବାଦିକ ସଦାନନ୍ଦ ନାଏକ ମଧ୍ୟ ଦାବି କରିଛନ୍ତି ଲ

Related Articles

Back to top button