Breaking News

ଟ୍ରେନ ଧକ୍କାରେ ୭ଟି ଛେଳି ମୃତ, ଚାଷୀଙ୍କୁ ମିଳୁ କ୍ଷତି ପୂରଣ l

 

 ହରଭଙ୍ଗା (ଚିତ୍ତରଞ୍ଜନ ସିଂ )ଟ୍ରେନ ଧକାରେ ସରସରା ବନ୍ଦୀସାହି ଚାଷୀର ୭ଟି ଛେଳି ମୃତ, କ୍ଷତି ପୂରଣ ପାଇଁ ଗୁହାରି କଲେ ଚାଷୀ 

ଆଜି ଅପରାହ୍ନ ୩.୧୫ସମୟରେ, ଖୋର୍ଦ୍ଧା ବଲାଙ୍ଗୀର ରିଲୁଏ ଲାଇନର ସରସରା ବନ୍ଦୀସାହି ଠାରେ ଘଟିଛି ରେଳ ଦୃଘଟଣା, ଏହି ଦୁର୍ଘଟଣାରେ ଜଣେ ଗରିବ ଚାଷୀର ହୋଇଛି ବଡ଼ କ୍ଷତି l ଏଥିରେ ଚାଷୀ ଚlପଧାରୀ ପ୍ରଧାନର ୭ଟି ଗର୍ଭବତୀ ଛେଲିର ପୁରୁଣା କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ରେଳ ଚାପରେ ଅପରାହ୍ନ ୩.୧୫ସମୟରେ ପ୍ରାଣ ହରାଇଛନ୍ତି l ଚାପଧାରୀ ପ୍ରଧାନ ଜଣେ ଗରିବ ଛେଳି ଚାଷୀ ସେ ଏହି ଛେଳି ଚାଷରେ ଯାହା ଉପାର୍ଜନ କରେ ଏଥିରେ ତାହାର ପରିବା ପ୍ରତିପୋଷଣ କରି ଥାଏ l ଏଭଳି ଦୁର୍ଘଟଣାରେ ସେ ସଂପୂଣ୍ଣ ଭାଂଗିପଡ଼ିଛି, ଯଦି ସାରକାର କି ରିଲୁଏ ବିଭାଗ ସୂତ୍ରରୁ ସାହାଯ୍ୟ ମିଳେ ତାହା ହେଲେ ସେ ତାର ଏଭଳି ବଡ଼ କ୍ଷତିରୁ କିଛି ଆଗକୁ ବଢ଼ିପାରିବ l ଏନେଇ ଚାଷୀ ଚାପଧାରୀ ଓ଼ ଗ୍ରାମ ବାଶି ଗଣମାଧ୍ୟ୍ୟମରେ ଗୁହାରି କରିଛନ୍ତି l

Related Articles

Back to top button