Breaking News

ଜନସାଧାରଣ ରାସ୍ତାରେ ଟ୍ରକ ଚଳପ୍ରଚଳ ଉପରେ ନୋଏଂଟ୍ରି ବ୍ୟବସ୍ଥା ପାଇଁ ଉପଜିଲ୍ଳାପାଳଙ୍କୁ ଦାବିପତ୍ର

ତାଳଚେର,୨୬/୦୬ ତାଳଚେର ବଲଣ୍ଡା ଠାରୁ ପବିତ୍ରମୋହନ ମେଡ଼ିକାଲ ପର୍ଯ୍ୟନ୍ତ ଦେଇ ଯାଇଥିବା ରାସ୍ତାରେ ବଲଣ୍ଡା ଠାରେ କୋଲୱାସେରୀର କୋଇଲା ବୋଝଇ ଟ୍ରକ ଅହରହ ଯାତାୟତ କରୁଥିବାରୁ ରାସ୍ତାଟି ମରଣାଯନ୍ତା ପାଲଟିଛି । ଏହି ରାସ୍ତାଦେଇ ଗୋବରା, କର୍ଣ୍ଣପୁର, ବଡ଼ଯୋରଡ଼ା, ଡ଼ଅଁରା, ନତଡ଼ା, ଡ଼େରା, ଚାଳଗଡ଼, ହାଣ୍ଡିଧୂଆଁ, ସେଟ୍ରାଲ କଲୋନୀ, ସାଉଥବଲଣ୍ଡା ଆଦି ଗ୍ରାମ ଗୁଡ଼ିକର ଜନସାଧାରଣ, କୋର୍ଟ, ଉପଜିଲ୍ଳାପାଳ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବିଭିନ୍ନ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯାତାୟତ କରିଥାନ୍ତି । ଏରାସ୍ତାର ଅବସ୍ଥା ଏପରି ହୋଇପଡ଼ିଛି ଯେ, ଦୁଇ ଚକିଆ ଯାନ ଗଲେ ଚକା ସ୍ଲିପ୍ ହେବା ଦ୍ୱାରା ବାଇକ ଆରୋହୀମାନେ ଖସିପଡ଼ି କଣ୍ଡିଆ ଖାବରା ହୋଇଥାନ୍ତି । ତେଣୁ ଏହି ରାସ୍ତାରେ ସକାଳ ୭ଟାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ନୋଏଂଟ୍ରି ଲଗାଇବା ସହିତ ସେଠାରେ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ପୂର୍ବତନ ଜିଲ୍ଳାପରିଷଦ ରାଜକିଶୋର ସାହୁ, ଗୌତମ ବେହେରା, ରାଜେଶ ଦାସ, ଦିଲ୍ଳୀପ୍ ପ୍ରଧାନ ପ୍ରମୁଖ ଉପଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Related Articles

Back to top button