Breaking News
ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ


ତାଳଚେର,୨୬/୦୬ -ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ର ଜଣେ ବ୍ୟକ୍ତି ନଥିଲେ ସେଥିଲେ ଜଣେ ଅନୁଷ୍ଠାନ । ତାଙ୍କର ସାଲିସ୍ ବିହୀନ ସାମ୍ବାଦିକତା, ସ୍ପଷ୍ଟବାଦୀତା ଓ ନିର୍ଭିକତା ପାଇଁ ସେ ଅନନ୍ୟ ବ୍ୟକ୍ତିତ୍ୱ ଥିଲେ ବୋଲି ଆଜି ଅନୁଷ୍ଠିତ ୧୧୦ତମ ଅନୁଷ୍ଠିତ ସଭାରେ ପୂର୍ବତନ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଏହା ପ୍ରକାଶ କରିଥିଲେ । ଅନ୍ୟତମ ଅତିଥିଭାବେ ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପ୍ରକାଶ କରିଥିଲେ । ଏହି ଜୟନ୍ତୀସଭା ତାଳଚେର ବୁଦ୍ଧିଜୀବୀ, ସାମ୍ବାଦିକ ଯୋଗଦେଇ ବଡ଼ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ ।




