ବିଜେପି ପକ୍ଷରୁ କଂଗ୍ରେସ ଦ୍ୱାରା ସମ୍ବିଧାନ ହତ୍ୟା ଭଳି କଳା ଅଧ୍ୟାୟର ୫୦ବର୍ଷ ପୂର୍ତ୍ତି ପାଳିତ


୧୯୭୫ରେ କଂଗ୍ରେସ ଦ୍ୱାରା ପାରିତ ଜରୁରୀକାଳୀନ ପରିସ୍ଥିତି ସମ୍ବିଧାନର ତଥା ଗଣତନ୍ତ୍ରର ହତ୍ୟା ସଦୃଶ୍ୟ –ବିଧାୟକ ଶ୍ରୀ ଡାଙ୍ଗ
କଣ୍ଟାମାଳ,୨୬/୬/୨୫ : ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ)ଆଜକୁ ଠିକ୍ ୫୦ ବର୍ଷ ହେବ ଦେଶର ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ମାସ ୨୬ ତାରିଖରେ ସାରା ଭାରତବର୍ଷ ରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଦେଶର ଗଣତନ୍ତ୍ର କୁ କିଭଳି ହତ୍ୟାକରି ଥିଲେ ଏବଂ ଦେଶର ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ଯିଏ ବିରୋଧ କଲା ବେଆଇନ ଭାବେ ବିଭିନ୍ନ କାରାଗାରରେ ଭର୍ତ୍ତି କରିଥିଲେ । କଂଗ୍ରେସ ର ଏହି ଗଣତନ୍ତ୍ର ବିରୋଧୀ ନିଷ୍ପତି ପ୍ରତିବାଦରେ ଆଜି ଏହି ଦିନଟିକୁ ବିଜେପି ରାଜ୍ୟବ୍ୟାପୀ ” କଳା ଦିବସ ଭାବେ” ସମସ୍ତ ନିର୍ବାଚନ ମଣ୍ଡଳୀରେ ପାଳନ କରିଅଛନ୍ତି। ଏହି ପରିପ୍ରେକ୍ଷୀରେ
ଭାରତୀୟ ଜନତା ପାର୍ଟି କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ କଣ୍ଟାମାଳ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଭାଜପା ବୌଦ୍ଧ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ମୁଖ୍ୟଅତିଥି ଓ ବରିଷ୍ଠ ଆଇନଜୀବୀ ତଥା ସଂଗ୍ରାମୀ ନେତା ଦୂତିଆ ଚରଣ ସାହୁ,ବରିଷ୍ଠ ବିନେପି ନେତା ନବୀନ ମହାପାତ୍ର,ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ପ୍ରମୁଖ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ୧୯୭୫ମସିହା ଜୁନମାସ ୨୬ତାରିଖରେ କଂଗ୍ରେସ ଦ୍ୱାରା ଅସାମ୍ବିଧାନିକ ଜାରି କରାଯାଇଥିବା ଜରୁରୀ କାଳୀନ ପରିସ୍ଥିତି ତଥା ଆଜିକାର ଦିନଟିକୁ କାହିଁକି କଳା ଦିବସ ରୂପେ ପାଳନ କରା ଯାଇଛି ସେ ବିଷୟ କୁ ନେଇ ବକ୍ତବ୍ୟ ରଖିଥିଲେ ସହ ସେତେବେଳେ ଗଣତନ୍ତ୍ର କୁ କଂଗ୍ରେସ ସରକାର ହତ୍ୟାକରିବା ସହିତ ଲୋକଙ୍କ ର ସମ୍ବିଧାନ ର ମୌଳିକ ଅଧିକାର କୁ କିପରି ଛଡ଼ାଇ ନେଇଥିଲେ ଏବଂ ନିଜେ ଅଙ୍ଗେ ନିଭାଇଥିବା ଲୋମହର୍ଷଣ କାହାଣୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ପୂର୍ବତନ
ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ ସଭାକୁ ପରିଚାଳନା କରିଥିଲେ l ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଦୀର୍ଘ ଏଗାର ମାସ କାରାଦଣ୍ଡ ଭୋଗିଥିବା ସଂଗ୍ରାମୀ ବରିଷ୍ଟ ଆଇନଜୀବି ଦୂତିଆ ଚରଣ ସାହୁଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସର ଅଗଣତାନ୍ତ୍ରିକ ଅସମ୍ବିଧାନ ନୀତିକୁ ବିରୋଧ କରି ଜେଲ ଯାଇଥିବା ସମସ୍ତ ସଂଗ୍ରାମୀ ମାନଙ୍କୁ ମାସକୁ ୨୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ସରକାର ଘୋଷଣା କରିଥିବାରୁ ସଂଗ୍ରାମୀ ଦୂତିଆ ସାହୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ l ସେହିପରି କଂଗ୍ରେସ କେବଳ ପରିବାରବାଦ ରାଜନୀତି କରୁଥିବାବେଳେ ବିଜେପି ରାଷ୍ଟ୍ରବାଦ ଓ ରାଜ୍ୟବାଦ ତଥା ଦଳ ଗତ କଥା ଚିନ୍ତା କରିଥାଏ ବୋଲି ବିଧାୟକ ଶ୍ରୀ ଡାଙ୍ଗ କହିଥିଲେ l ଶେଷରେ ବରିଷ୍ଠ ବିଜେପି ନେତା ପିନାକଧର ରଣାଙ୍କ ଦ୍ୱାରା ଏକ ସାମୁହିକ ଶପଥପାଠ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଘଣ୍ଟାପଡା ମଣ୍ଡଳ ସଭାପତି ଗୋପୀନାଥ କହଁର, କଣ୍ଟାମାଳ ମଣ୍ଡଳ ସଭାପତି ଶୁଭ୍ରାଂଶୁ ଡାଙ୍ଗ, ଯୁବନେତା କେଦାରନାଥ ସାହୁ, କୃଷ୍ଣ ଚନ୍ଦ୍ର କହଁର, ଆଦିବାସୀ ନେତା ଡମ୍ବରୁଧର କହଁର, ରାଜୀବ ମିଶ୍ର ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ଯୁବନେତା ସୁଦର୍ଶନ ବଘାର ଧନ୍ୟବାଦ ଅର୍ପଣ କରିଥିଲେ l କଳା ଦିବସରେ ବହୁସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,




