କଣ୍ଟାମାଳ ମଣ୍ଡିକୁ ଟାର୍ଗେଟ ନଥିବାରୁ ବର୍ଷାରେ ଭିଜୁଛି ଚାଷୀଙ୍କ ଧାନ, ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ,


କଣ୍ଟାମାଳ, ୨୬/୬/୨୫ : ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ରବି ଧାନ କ୍ରୟ ମଣ୍ଡିରେ ଆବଶ୍ୟକ ଟାର୍ଗେଟ ନଥିବାରୁ ବର୍ଷାରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଭିଜୁଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଚାଷୀ ମାନେ କଣ୍ଟାମାଳ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ଗୁରୁବାର ଦିନ ଅପରାହ୍ନ ୧ଘଣ୍ଟା ୪୦ମିନିଟ ମିନିଟ୍ ସମୟରେ ତାଲା ପକାଇଥିବା ଦେଖିବାକୁ ମିଳିଛି l କଣ୍ଟାମାଳ ମଣ୍ଡିରେ ପ୍ରାୟ ୧୬୦୦ କ୍ବିଣ୍ଟାଲ୍ ଚାଷୀ ମାନେ ରଖିଥିବା ବେଳେ ଯୋଗାଣ ବିଭାଗ ୫୦୦ କ୍ବିଣ୍ଟାଲ ଧାନ କ୍ରୟ ପାଇଁ ଗତକାଲି ଟାର୍ଗେଟ ଦେଇଛି l ଫଳରେ ସମସ୍ତ ଧାନ ବିକ୍ରୟ ହେବାର ସମ୍ଭାବନା ନଥିବାରୁ ଚାଷୀ କଣ୍ଟାମାଳ ତହସିଲଦାରଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ l ତହସିଲଦାରଙ୍କୁ ଭେଟି ନପାରିବାରୁ ଉତ୍ୟକ୍ତ ଚାଷୀ ମଣ୍ଡିକୁ ଫେରି ସମିତି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି | ରିପୋର୍ଟ ଲେଖା ହେଲା ବେଳକୁ କୌଣସି ସମାଧାନ ହୋଇ ନ ଥିବା ସୂଚନା ମିଳିଛି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




