Breaking News

ସାପ କାମୁଡା ରେ ଯୁବକ ଙ୍କ ମୃତ୍ୟୁ l

 

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ) ସାପ କାମୁଡା ରେ ଯୁବକ ଙ୍କ ଜୀବନ ଗଲା l ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସଂକୁଳେଇ ଜିପି କମ୍ଭୁନାଥ ପୁର ଗ୍ରାମରେ ଜୟଦେବ ନାଏକ ସବୁଦିନ ପରି ଗତକାଲି ରାତି ଖାଇପିଇ ଶୋଇବା ସମୟ ରେ ଘରେ ଏକ ନାଗ ସାପ ମୂଷା କୁ ଖାଇବା ପାଇଁ ଚେଷ୍ଟା କରୁଥିବା ସମୟ ରେ ଜୟଦେବକ ଙ୍କ ଡାହାଣ ହାତ କହୁଣୀ ସାପ ଏକ ଚୋଟ ମାରିଥିଲା l ସଂଗେ ସଂଗେ ପରିବାର ଲୋକ ଗୁରୁତର ଭାବେ ପୁରୁଣାକଟକ ମେଡିକାଲ ଆଣି ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ତାଙ୍କୁ ପୋଷ୍ଟ ବୋଟମ ପାଇଁ ବୌଦ୍ଧ ପଠା ଯାଇଥିବା ବେଳେ ଘଟଣା କୁ ନେଇ ପୁରା ପରିବାର ଭାଙ୍ଗି ପଡିଛନ୍ତି l କାରଣ ଜୟଦେବ ଘର ମୁଖିଆ ଥିବା ବେଳେ ବର୍ତମାନ ଘରେ ଦୁଇ ବଢିଲା ଝିଅ ସମେତ ସ୍ତ୍ରୀ ପୁଷ୍ପା ଞ୍ଜଳି ନାଏକ ନିର୍ଭର କରୁଥିଲେ l ଏଭଳି ଅସହାୟ ପରିବାର ଙ୍କୁ ତୁରନ୍ତ ଜିଲ୍ଲାପ୍ରଶାସନ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି l

Related Articles

Back to top button