ରେଲୱେ ଜମି ଅଧିଗ୍ରହଣ ପରେ ବିନା ନୋଟିସ ରେ ଘର ଭଙ୍ଗା କୁ ନେଇ ଅସନ୍ତୋଷ ପ୍ରକାଶ l


ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )- ରେଲୱେ ଅଧିଗ୍ରହଣ ଜମିରୁ ଗୃହ ଉଚ୍ଛେଦ ବେଳେ ବିରୋଧ। ସମସ୍ତଙ୍କୁ ନୋଟିସ ନଦେଇ ଖାଲି କରୁଥିବା ନେଇ ଅଭିଯୋଗ ଆଣିଲେ ବସ୍ତି ବାସିନ୍ଦା। ହରଭଙ୍ଗା ବ୍ଲକ ଭଉଁରୀ ପଥର ଗ୍ରାମବାସୀ ଙ୍କ ଏଭଳି ବିରୋଧ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ବସ୍ତି ବାସିନ୍ଦା ଅଭିଯୋଗ ଅନୁଯାଇ ଘଟଣା ସ୍ଥଳ ପରିଦର୍ଶନ କଲେ ବୌଦ୍ଧ ବିଧାୟକ ଏବଂ ବିଧାନସଭା ଗୃହ କମିଟି। ସୂଚନା ମତେ ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଭଉଁରୀ ପଥର ଠାରେ ପୂର୍ବରୁ ରେଲୱେ ବିଭାଗର ଜମି ଅଧିଗ୍ରହଣ ସାରିଥିଲେ ମଧ୍ୟ କିଛି ସ୍ଥାନୀୟ ବସ୍ତି ବାସିନ୍ଦା ଙ୍କୁ ନଜଣାଇ ପ୍ରଶାସନ ବିନା ନୋଟିସ ରେ ବର୍ଷାଦିନରେ ହଠାତ ଘର ଭାଙ୍ଗିଥିଲା ରେଲୱେ ବିଭାଗ lଫଳରେ ବସ୍ତି ବାସିନ୍ଦା ବିରୋଧ କରୁଥିଲେ ମଧ୍ୟ ନିଜ ମନଇଚ୍ଛା ରେ ବୌଦ୍ଧ ଉପଜିଲ୍ଲାପାଳ ଓ ରେଲୱେ ଭୁ ଜମି ଅଧିଗ୍ରହଣ ଅଧିକାରୀ କିପରି ଗୃହ ଭାଙ୍ଗିବା କୁ ଅନୁମତି ଦେଲେ ତାହା ବର୍ତମାନ ସାଧାରଣ ରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି l ଏଭଳି ଅଭିଯୋଗ ଆସିବା ପରେ ବୌଦ୍ଧ ବିଧାୟକ ଓ ବିଧାନସଭା ଗୃହ କମିଟି ଆଜି ଘଟଣା ସ୍ଥଳ ରେ ପହଁଚି ଲୋକଙ୍କ ସହ ଆଲୋଚନା କରି ଫେରି ଥିବା ବେଳେ ଏହାର ସଠିକ ତଦନ୍ତ କରି ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ କରିବାକୁ ଗୃହ କମିଟି ନିର୍ଦେଶ ଦେଇଥିବା ଜଣାପଡ଼ିଛି l




