Breaking News

ରିଟେଲର ବାବୁଙ୍କ ଜମିଦାରୀ ଶାସନ, ଆଖି ସ୍କାନ କରିନେଲା ପରେ ଦେଉନି ରାସନ !!


++++±+++++++++++++++++
ତିର୍ତ୍ତୋଲ ::- ଡିଲର ବାବୁଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ମାସମାସ ଧରି ରାସନ ଚାଉଳ ପାଇନାହାନ୍ତି ୨୫ ରୁ ଉର୍ଦ୍ଧ୍ୱ ହିତାଧିକାରୀ ମାନେ !ଡିଲର ନାମରେ ଅଭିଯୋଗ କଲେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ !ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତ ଅଧିନସ୍ତ ତାଳବରାଇ ଗ୍ରାମରେ !ନୂଆଗାଁ ରିଟେଲର ମନୋଜ କୁମାର ମହାନ୍ତି FPS code no.1208PO57 ଙ୍କ ପାଖରୁ ରାସନ ନେବାକୁ ତାଲିକାଭୁକ୍ତ ହୋଇଥିଲେ ବି ସମ୍ପୃକ୍ତ ରିଟେଲର କଣ୍ଟ୍ରୋଲ ସାମଗ୍ରୀ ଦେବାରେ ଅନିୟମିତତା ପ୍ରଦର୍ଶନ କରିଚାଲିଛି ! ଏପରିକି ହିତାଧିକାରୀଙ୍କ ଠାରୁ ଆଖି ସ୍କାନ କରି ଚାଉଳ ଆସିଲେ ଦେବେ କହି ଭୁଲାଇ ଦେଉଛନ୍ତି !
ଦିନେ ନୁହେଁ ମାସମାସ ଧରି ଏହିପରି ଜମିଦାରୀ ଫାଙ୍କିବାଜ ମାରୁଛନ୍ତି ରିଟେଲର ମନୋଜ ମହାନ୍ତି !ଜଣେ ହିତାଧିକାରୀଙ୍କ ରାସନ କାର୍ଡ ନଦେଖିଲେ ଜାଣିପାରିବନି ବାସ୍ତବ ଅଭିଯୋଗ ର ସତ୍ୟାସତ୍ୟ !ଏହି ପରିପ୍ରେକ୍ଷୀରେ ଅଭିଯୋଗ କାରୀମାନେ ଆଉ ଥରେ ଅଭିଯୋଗ ପତ୍ର ନେଇ ତିର୍ତ୍ତୋଲ ବିଡ଼ିଓ ଙ୍କୁ ସାକ୍ଷାତ କରି ପ୍ରତିକାର ଦାବୀ କରିବାକୁ ଆସି ଥିଲେ ମଧ୍ୟ ବିଡ଼ିଓ ମହାଶୟଙ୍କ ଅନୁପସ୍ଥିତ ଯୋଗୁଁ, ଭେଟି ପାରିପାରିଲେ ନାହିଁ ! ଯୁବ ସମାଜସେବୀ ତଥା ଅଖିଳ ଭାରତୀୟ ଚାଷୀ ମୁଲିଆ ସଙ୍ଘ ର ଜିଲ୍ଲା ସଭାପତି ଇଂ. ବେଦଦ୍ୟୁତି ପୃଷ୍ଟି ଏହି ଦୁଃଖଦ ଖବର ପାଇ ନିଜର ପ୍ରତିକ୍ରିୟା ରେ କ୍ଷୋଭ ପ୍ରକାଶ କରିବା ସହିତ ଏହାର ତୁରନ୍ତ ସମାଧାନ କାମନା କରିଥିଲେ ଏବଂ ସମ୍ପୃକ୍ତ ରିଟେଲର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଜ ପ୍ରତିକ୍ରିୟା ରଖିଥିଲେ ! ରାସନ ପାଇନଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ଇସ୍ତାନୁଲ ଅଲ୍ଲୀ ଖାନ,ମୁସ୍ତାନୀ ବେଗମ, ରସିଦା ବିବି,ସେଖ ଅସଲମ ମହମ୍ମଦ,ସନିମା ବିବି,ଅଫତାଫ ଆଲମ ଖାନ,ଜମିରୁଦ୍ଦିନ,ସମୀୟା ଖାତୁନ,
ସମସଦ, ନଜୀୟା ଅଖତାର,ସବେରା ଖାତୁନ,ରୁକସାନା ବିବି କଲିମା ବିବି,
ଶବନା ବିବି,ମୁସ୍ତରୀ ବେଗମ,ସଲମା ସୀତାରା,ସେଖ ଜୁବେର ଉଦ୍ଦିନ, ମହମ୍ମଦ ୱାସୀମ ଅଖତାର,ଫାତମା, ସମୀର ଖାନ,ଆନସାରୀ ବିବି, ସାଜେଦା ବିବି,
ରିହାନା ବିବି,ସଂଜୀଦା, ସୁମୟା ପ୍ରମୁଖ 25 ରୁ ଅଧିକ ବ୍ୟକ୍ତି ବିଡ଼ିଓ ଙ୍କୁ ଦେଖା କରିବାକୁ ଯାଇ ନିରାଶ ରେ ଫେରିଥିବାର ଦେଖିବାକୁ ମିଳିଥିଲା !ଅପରପକ୍ଷେ କାଶେଫା ଖାତୁନ ସ୍ୱାମୀ ରିୟାଜ ଖାନ କାର୍ଡ ନମ୍ବର ୧୨୦୮୧୮୧୦୮୩୧,ରିହାନା ବିବି ସ୍ୱାମୀ ସେଖ ଅବଦୁଲ ଜବାର ଖାନ କାର୍ଡ ନମ୍ବର୧୨୦୮୧୮୧୦୮୩୦,ସମୀମା ଖାତୁନ ସ୍ୱାମୀ ସେଖ ଶବରଲି ଖାନ କାର୍ଡ ନମ୍ବର ୧୨୦୮୧୮୧୨୦୦୦,ନାଶରିନ ଆରା ବେଗମ କାର୍ଡ ନମ୍ବର ୧୨୦୮୧୮୧୦୮୫୯,ଙ୍କ ଅଭିଯୋଗ ଯେ ରିଟେଲର ସେମାନଙ୍କ ଚାଉଳ ମାର୍ଚ୍ଚ ମାସରୁ ନଦେଇ ସବୁ ବିକ୍ରୀ କରି ଦେଇଛି !
ଯାହା ତଦନ୍ତ ସାପେକ୍ଷ !ଦେଖିବାକୁ ରହିଲା ପ୍ରଶାସନିକ ବିଭାଗୀୟ ଅଧିକାରୀ ଙ୍କ ଠାରୁ ଅଭିଯୋଗକାରୀ ନ୍ୟାୟ ପାଉଛନ୍ତି ନା ରିଟେଲର ର ହାତ ସଫେଇ କାମ କରୁଛି !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button