Breaking News
ନବୀନ ପଟନାୟକ ଙ୍କ ଆସୁ ଆରୋଗ୍ୟ ପାଇଁ ମହାବିନାୟକ ପୀଠରେ ଦୀପ ଦାନ।


ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଜେ. ଡି. ସଭାପତି ନବୀନ ପଟନାୟକ ଅସୁସ୍ଥ କାରଣ ହେତୁ ରବିବାର ସକାଳୁ ଅପରେସନ ହେଉଥିବାରୁ ରାଜ୍ୟରେ ଦଳ ପକ୍ଷରୁ ବିଭିନ୍ନ ମନ୍ଦିର ରେ ନେତା ଓ କର୍ମୀ ମାନେ ଦୀପ ଜାଲି ତାଙ୍କର ଆସୁକାମନା କରିଥିଲେ। ଏହିପରିପ୍ରେକ୍ଷୀରେ ବଡ଼ଚଣା ବି. ଜେ. ଡି ପକ୍ଷରୁ ମହାବିନାୟକ ମନ୍ଦିରରେ ଦୀପ ଜାଲି ନବୀନ ପଟନାୟକ ଙ୍କ ସୁସ୍ଥ ଜୀବନ କାମନା କରିଥିଲେ। ଏଥିରେ ସଭାପତି ତାପସ ଚନ୍ଦ୍ର ରାୟ, ଗଣେଶ୍ୱର ବରାଳ, ନିରଞ୍ଜନ ବିଶ୍ୱାଳ, ପ୍ରଦୀପ୍ତ ମହାନ୍ତି, ଦମୟନ୍ତୀ ସାମଲ, ରମେଶଚନ୍ଦ୍ର ପୃଷ୍ଟି, ସଂଜୀବ ସାମଲ, ଜଗନ୍ନାଥ ମୁଦୁଲି, ସମେତ ବହୁ କର୍ମୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ନବୀନ ଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ।




