Breaking News
ଅଞ୍ଚଳ ପାଇଁ ଗୌରବ ଆଣିଲେ ରୁଦ୍ରାଂଶ,


ବଡ଼ଚଣା ବ୍ଲକ ସୋଲର ପଂଚାୟତ ସୋଲର ଗ୍ରାମ ର ସଞ୍ଜୟ ବେହେରା ଓ ଝିମି ପାତ୍ର ଙ୍କ ତିନି ବର୍ଷ ପାଞ୍ଚ ମାସ ର ପୁଅ ରୁଦ୍ରାଂଶ ବେହେରା ଇଣ୍ଟର ନେସେନାଲ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି, ସେ ଏହା ପୂର୍ବରୁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ, ମାତ୍ର ଛ ମିନିଟ ଏକାବନ ସେକେଣ୍ଡ ରେ ହିନ୍ଦୀ ଆଲଫା ବେଟସ ଲେଖି ଏହି ୱାର୍ଲଡ ରେକର୍ଡ କରିଛନ୍ତି, ଆଧ୍ୟାତ୍ମିକ ଦିଗ ରେ ତାଙ୍କର ରହିଛି ଅନେକ ଜ୍ଞାନ, ବିଭିନ୍ନ ଶ୍ଳୋକ ମଧ୍ୟ ସେ କହିପାରନ୍ତି, ରୁଦ୍ରାଂଶ ଙ୍କ ଏହି ସଫଳତା ପଛରେ ରହିଛି ମା ଝିମି ଙ୍କ ପ୍ରେରଣା, ସଫଳତା ପାଇଁ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି, ଅନ୍ୟ ପିଲାଙ୍କ ପାଇଁସେ ଉଦାହରଣ ପାଲଟିଛନ୍ତି, ବିଭିନ୍ନ ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି ବାପା ସଞ୍ଜୟ ବଡ଼ ବାପା ଅଜୟ ଓ ବଡ଼ ବୋଉ କନକ ଲତା ରୁଦ୍ରାଂଶ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି,




