ପେଟ୍ରୋଲ ପମ୍ପ ର କଲଭର୍ଟ ଚାଷୀଙ୍କଚାଷରେ ବାଧା ସୃଷ୍ଟି କରୁଛି, ତଳି କିଆରୀ ପାଣିରେ ବୁଡୁଛି।


୧୬ଜାତୀୟ ରାଜପଥ ବାମପଟ ନେଳିଆ ପଂଚାୟତ ରଙ୍ଗୀଦାସ ପୁର ନିକଟରେ ନିର୍ମାଣ ହେଉଥିବା ନୂତନ ପେଟ୍ରୋଲ ପମ୍ପ ମାଲିକ ମନୋମୁଖୀ ଏକ କଲଭର୍ଟ ନିର୍ମାଣ ଦ୍ୱାରା ସ୍ଥାନୀୟ ରଙ୍ଗୀଦାସ ପୁର, ନେଳିଆ, ଓ ପଦ୍ମନାଭ ପୁର ଗ୍ରାମର ଚାଷୀ ଙ୍କ ବିଲେଇ ପାଣି ଭାସୁଛି ଏବଂ ଏବେ ଚାଷୀ ମାନେ ତଳି ପକାଇଥିବା ତଳା ମଧ୍ୟ ପାଣିରେ ବୁଡ଼ିଯାଇଛି। କଲଭର୍ଟ ନିର୍ମାଣ ପୂର୍ବରୁ ସ୍ଥାନୀୟ ଚାଷୀ ମାନେ ମାଲିକକୁ ଦେଖା କରି କଲଭର୍ଟ ଟିକୁ ଉଚ୍ଚା ନକରି ନୀଚ କରିବାକୁ କହିଥିଲେ, ମାତ୍ର ମଲିକ ନିଜର ସୁବିଧା ପାଇଁ କଲଭର୍ଟ ଟିକୁ ଉଚ୍ଚା କରିଦେବା ଦ୍ୱାରା ପାଣିରେ ଭାସୁଛି ବିଲ ଓ ବର୍ତମାନ ଚାଷୀ ବିଲେଇ ତଳି ପକାଇ ଥିବାବେଳେ ତଳା ଗୁଡିକ ପାଣିରେ ବୁଡି ଯାଇଛି। ଚାଷୀ ପ୍ରଭାକର ରାଉତ, ନିର୍ମଳ ପତିହାରୀ, ରଞ୍ଜନ ପତିହାରୀ, ବୀରବର ପତିହାରୀ, ରଘୁନାଥ ପାତ୍ର, କପିଳ ରାଉତ, ଅର୍ଜୁନ ସେଠୀ, ଉପେନ୍ଦ୍ର ସାମଲ, ସନାତନ ସେଠୀ ପ୍ରମୁଖ ଚାଷୀ ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇବା ଶହ ଦର୍ପଣ ତହସିଲଦାର ଙ୍କୁ ଅବଗତ କରାଇଛନ୍ତି, ଆବଶ୍ୟକ ପଡିଲେ ରାସ୍ତାରେ ବସିବେ ବୋଲି କହିଛନ୍ତି।




