ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ଆଦର୍ଶରେ ବିଜେପି କାର୍ଯ୍ୟକର୍ତା ମାନେ ଅନୁପ୍ରାଣିତ ହୁଅନ୍ତୁ -ରୁଦ୍ର ନାରାୟଣ ପାଣି


ତାଳଚେର :ତା 23/06: ଭାରତୀୟ ଜନସଂଘର ସଂସ୍ଥାପକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ତାଳଚେର ରେ ପାଳିତ ହୋଇଛି |ତାଳଚେର ଦେଉଳବେଡା ଠାରେ ମଣ୍ଡଳ ସଭାପତି ରାଜେଶ ଦଳେଇ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ଶ୍ୟାମାପ୍ରସାଦ ଙ୍କର ଜୀବନୀ ନୀତି ଆଦର୍ଶ ଓ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ |ତାଙ୍କର ତ୍ୟାଗ ତପସ୍ୟା ବଳିଦାନ ରେ ଆଜି ଜନସଙ୍ଘ ଓ ପରବର୍ତ୍ତୀ ସମୟରେ ବିଜେପି ପ୍ରତିଷ୍ଠା ଲାଭ କରିଛି |ତାଙ୍କର ଦୃଷ୍ଟିକୋଣ କୁ ପାଥେୟ କରି ବିଜେପି ଆଜି ସରକାର ଗଠନ କରିପାରିଛି |ବିଜେପି କାର୍ଯ୍ୟକର୍ତା ମାନେ ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ବିଜେପି କାର୍ଯ୍ୟକର୍ତା ଙ୍କୁ ସାଂସଦ ଶ୍ରୀ ପାଣି ପରାମର୍ଶ ଦେଇଥିଲେ |ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କର ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବ୍ରାହ୍ମଣୀ ମଣ୍ଡଳ ସଭାପତି ଅଜୟ ସାହୁ, ପ୍ରାକ୍ତନ ରେଳ ମଣ୍ଡଳ ସଭାପତି ବରୁଣ ସାହୁ, ସରପଞ୍ଚ ନରେଶ ଚନ୍ଦ୍ର ବେହେରା, ଖଇରା ପ୍ରଧାନ, ଜିତେନ୍ଦ୍ର ଦାସ, ସ୍ୱାଧୀନ ଥମ୍ବ, ସୁନୀଲ ପଟ୍ଟନାୟକ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ପୂର୍ଣଚନ୍ଦ୍ର ବେହେରା, ପଦ୍ମନ ଜେନା, ଶିବ ନାଏକ, କ୍ଷେତ୍ରବାସୀ ନାଏକ, ବିଜୟ ନାଏକ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |




