Breaking News

ଦୁର୍ଗମ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ବିଡିଓଙ୍କୁ ନିବେଦନ

କନ୍ଧମାଳ, (ସମର୍ଥ ନ୍ୟୁଜ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଅଞ୍ଚଳରେ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ନୂତନ ଯୋଜନାରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ନିବେଦନ ଓ ଆଲୋଚନା କରିଛନ୍ତି। ସେ ମଣ୍ଡଳର ଦାୟିତ୍ୱ ନେବା ପରେ ବିଡିଓ ରଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଉକ୍ତ ଥାନା ଅଞ୍ଚଳର ଝିଞ୍ଜିରୀଗୁଡ଼ା, ସରାମୁଳି, କିରାମାହା, କିନାରୀଗାଁ, ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ମୋବାଇଲ ନେଟ୍‌ଓ୍ବର୍କ ସମସ୍ୟାର ସମାଧାନ ସହ ପିଇବାପାଣି, ଗମନାଗମନ, ରାସ୍ତା ସମ୍ପ୍ରସାରଣ, ରାସ୍ତା ମରାମତି ଆଦିର ଉନ୍ନତି ଓ ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଜଣାଇଛନ୍ତି। ସେହିପରି ଷ୍ଟ୍ରିଟ୍‌ ଆଲୁଅ ବ୍ୟବସ୍ଥା, ଡ୍ରେନେଜ୍‌ ସମସ୍ୟା, ପର୍ଯ୍ୟଟନକ୍ଷେତ୍ର ଯୋଗୀ ମଠର ବିକାଶ ଆଦି ଆଲୋଚନା କରିଛନ୍ତି। ବିଡିଓ ରଥ ଏହି ସବୁ କାର୍ଯ୍ୟ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯାଇଛି ଏବଂ ବିକାଶର ପ୍ରକ୍ରିୟା ଚାଲିଛି ଆଗକୁ ଆହୁରି ତ୍ୱରାନ୍ବିତ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ l

Related Articles

Back to top button