Breaking News

ଦୁଇଦିନିଆ ସିନେମା କାହାଣୀ ଲିଖନ କର୍ମଶାଳା ଅନୁଷ୍ଠିତ


ବାରିପଦା – ତା :- ୨୨/୦୬/୨୦୨୫ ରିଖ ବାରିପଦା ନିକଟସ୍ଥ ଇନ୍ଦୁପାଇ ସ୍ଥିତ ପୂର୍ଣ୍ଣ ନିବାସରେ ସିନେମା କାହାଣୀ ଲିଖନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡିଭେଲପମେଣ୍ଟ ଫାଉଣ୍ଡେସନ, ବାରିପଦା ଓ ଏମ୍ପ୍ଲିଫାୟାର ମିଡ଼ିଆ, କୋଲକାତା ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳରେ ମୟୁରଭଞ୍ଜ, ବାଲେଶ୍ୱର, ଭୁବନେଶ୍ୱର ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୋଟ ଜଣ ୨୦ ଜଣ ପ୍ରତିଭାଗୀ ଯୋଗ ଦେଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ଏହି କର୍ମଶାଳାକୁ ଉଦଘାଟନ କରିବା ସହ ସମସ୍ତଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀପୋଷି ସରପଞ୍ଚ ଫକୀର ସିଂ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଝାଡ଼ଖଣ୍ଡର ମାନସିହ ମାଝୀ, ଏନ.ଏଫ.ଡି.ସି., କୋଲକାତା ର ସୂଚନା ଓ ପ୍ରସାରଣ ଅଧିକାରୀ ଋତ୍ଵିକ ସିନ୍ହା, ଝାଡ଼ଖଣ୍ଡର ପ୍ରତିଷ୍ଠିତ ଚଳଚିତ୍ର ନିର୍ମାତା ପ୍ରବାଲ ମହାତୋ, ଜାତୀୟ ଉର୍ଜା ନିଗମର ଅବସରପ୍ରାପ୍ତ ମୁଖ୍ୟ ବିତ୍ତୀୟ ପରିଚାଳକ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ ତଥା ସାନ୍ତାଳୀ ଆର୍ଟ ଏବଂ ଫିଲ୍ମ ଡେଭେଲପମେଣ୍ଟର ଅଧ୍ୟକ୍ଷ ଦୀପକ କୁମାର ବେଶ୍ରା ଓ ସମ୍ପାଦକ ଅନ୍ତା ଆଲୋକ ବାସ୍କେ ପ୍ରମୁଖ ସିନେମା ଓ ଟି ଭି ପାଇଁ କାହାଣୀ ଲିଖନ ଉପରେ ଆଲୋକପାତ କରିଥିଲେ I କର୍ମଶାଳାର ପ୍ରଥମ ଦିନରେ ସ୍କ୍ରିପ୍ଟ ଲିଖନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା I ଦ୍ଵିତୀୟ ଦିନ ପ୍ରତ୍ୟେକ ପ୍ରତିଭାଗୀ ସ୍ୱରଚିତ କାହାଣୀର ପାଣ୍ଡୁଲିପି ଉପସ୍ଥାପନ କରିଥିଲେ I ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏମ ପି ସି (ସ୍ୱ) ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡଃ ରାଇମଣି ମାର୍ଣ୍ଡି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିତୁ ଟୁଡୁ, ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ସାମାଜିକକର୍ମୀ ଫୁଲମଣୀ ହେମ୍ବ୍ରମ, ପି ଆର ଏମ ମେଡିକାଲ କଲେଜର ଡଃ ରାମଚନ୍ଦ୍ର ମୁର୍ମୁ, ଉଦ୍ୟୋଗପତି ଦିଘି ମୁର୍ମୁ, ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆ ଦିଲ୍ଲୀ ର ପ୍ରତିଷ୍ଠିତ ନାଟ୍ୟ ନିର୍ଦ୍ଦେଶକ ଶେଖ ଖଇରୁଦ୍ଦିନ, ମଞ୍ଚ ଅଭିନେତା ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ପ୍ରତିଭାଗୀ ମାନଙ୍କୁ ଅଂଶଗ୍ରହଣକାରୀ ପ୍ରମାଣ ପତ୍ର ପ୍ରଦାନ କରିଥିଲେ I ଇ. ଧିରେନ ହେମ୍ବ୍ରମ, ଗୁଲାଚି, ପିଙ୍କି ମାର୍ଣ୍ଡି, ଧନଚାନ୍ଦ ସୋରେନ, ଗୁଲସନ ମହାନ୍ତ, ଦେବାଶିଷ ପ୍ରତିହାରୀ, ସୁମି ହଁସଦା, ସୁମାଲି ହେମ୍ବ୍ରମ, ଅର୍ଜୁନ ସୋରେନ, ପଦ୍ମପ୍ରିୟା ସୋରେନ, ଡାଙ୍ଗୀ ସୋରେନ, ଅଙ୍କିତା ବାଗଚି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ I

Related Articles

Back to top button