Breaking News
କିମ୍ଭିରୀ ପଡା ବରିଷ୍ଠ ନାଗରିକ ଆଶ୍ରମ ରେ ଭିନ୍ନରୂପରେ ପାଳିତ ହେଲା ଯୋଗ ଦିବସ l


ଖୋର୍ଦ୍ଧା ତା 22/6/25ରିଖ ବରିଷ୍ଠ ନାଗରିକ ଆଶ୍ରମ ଠାରେ ଅନ୍ତେବାସୀ ବୃଦ୍ଧ ବୃଦ୍ଧା ମାନେ ପ୍ରତିଦିନ ପ୍ରାତଃଯୋଗ କରିବା ସହ ଆନ୍ତଜାତୀକ ଯୋଗ ଦିବସ କୁ ମିଳିତ ଭାବେ ରଘୁପତି ରାଘବ ରାଜା ରାମ ଭଜନ ଧ୍ୱନି ଆରମ୍ଭ ରେ ଆଶ୍ରମ କୁ କୋଳlହିତ କରିଥିଲା l ଯୋଗ ଗୁରୁ ତ୍ରିଲୋଚନ ବାରିକ ଙ୍କ ନିର୍ଦେଶ ରେ ଶରୀର ହିତ ପାଇଁ ଆବଶ୍ୟକ ଯୋଗ ଗୁଡିକ କରାଯାଇଥିଲା l ବିଶ୍ୱ ଜୀବନ ସେବା ସଙ୍ଘ ର କିମ୍ଭୀରପଡା ଆଶ୍ରମ ର ସୁପରିଟେଣ୍ଡେଣ୍ଟ ଜୟକୃଷ୍ଣ ପଟ୍ଟନାୟକ ନିଜର ବକ୍ତବ୍ୟ ମାଧ୍ୟମରେ ଯୋଗ କରିବାଦ୍ବାରା ଅନ୍ତେବାସୀ ଙ୍କ ସ୍ୱାସ୍ଥ୍ୟ, ପ୍ରକୃତରେ ସତେଜ ରହୁଛନ୍ତି ବୋଲି ଜଣାଇଥିଲେ l ବିଶିଷ୍ଟ ସମାଜ ସେବି ସୁକାନ୍ତ କୁମାର ବିଶ୍ୱାଳ ମଧ୍ୟ ଯୋଗଦେଇ ଥିଲେ l ବାଣପୁର ରୁ ତ୍ରିଲୋଚନ ବାରିକ ଙ୍କ ରିପୋର୍ଟ ସମର୍ଥ ନିୟୁଜ l




